ବ୍ରହ୍ମପୁର ଏମକେସିଜି ମେଡିକାଲରେ ମନ୍ତ୍ରୀ ବିଭୂତି ଜେନା

ବ୍ରହ୍ମପୁର ଏମକେସିଜି ମେଡିକାଲରେ ମନ୍ତ୍ରୀ ବିଭୂତି ଜେନା

ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଡି ଏମ ଏଲ ଟି ଓ ଡି ଏମ ଆର ଟି ଛାତ୍ର ସଂସଦର ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି. ଏହି ଉତ୍ସବରେ ରାଜ୍ୟ ପରିବହନ, ବାଣିଜ୍ୟ ଓ ଖଣି, ଇସ୍ପାତ ମନ୍ତ୍ରୀ ବିଭୁତି ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ପ୍ରତି ମୋହନ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି କହିଥିଲେ. ରୋଗୀ ସେବା ପ୍ରତି ଗୁରୁତ୍ୱ ଦେଇ ଉଚ୍ଚତର ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି. ଅନ୍ୟତମ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ରୋଗୀ ସେବାରେ ଡି ଏମ ଏଲ ଟି ଛାତ୍ରଙ୍କ ଗୁରୁତ୍ବ ଅଧିକ ବୋଲି କହିଥିଲେ. ଏସବୁ ଭିତରେ ବିଧାୟକ ସିଦ୍ଧାନ୍ତ ଛାତ୍ରୀ ମାନଙ୍କ ସହ ତୋ ଆଖି ମୋ ଆଇନା ଓଡ଼ିଆ ଗୀତ ଗାନ କରି ସମସ୍ଥଙ୍କୁ ବେଶ ମନୋରଞ୍ଜନ କରିଥିଲେ. ନେତା ଭିତରେ ଅଭିନେତାର ଝଲକ ଦେଖାଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଏମ କେ ସି ଜି ମେଡିକାଲ ଡି ଏମ ଏଲ ଟି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଲତା ଚୌଧରୀ, ଡି ଏମ ଏଲ ଟି ନିର୍ଦେଶକ ପ୍ରଫେସର ଡାକ୍ତର ସନ୍ତୋଷ ମିଶ୍ର, ପ୍ରଫେସର ଡାକ୍ତର ଦୁର୍ଗା ମାଧବ ଶତପଥୀ, ଏମ କେ ସି ଜି ମେଡିକାଲ କଲେଜ ଡିନ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ, ରେଜିଷ୍ଟର ସଂଗ୍ରାମ ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟବାନ ଉପଦେଶ ଦେଇ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ.

author

Related Articles

Leave a Reply

Your email address will not be published. Required fields are marked *