ନବୀନଙ୍କ ଆଗରେ ଫିକା ପଡିଲେ ମୋହନ

ନବୀନଙ୍କ ଆଗରେ ଫିକା ପଡିଲେ ମୋହନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଗରେ ଫିକା ପଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରରେ ନଥାଇ ବି ସରକାରରେ ଥିବା ଭଳି ପଦକ୍ଷେପ ନେଲେ ନବୀନ । କିନ୍ତୁ ପଛରେ ପଡିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଁ ଆଜ୍ଞା, ରାଜ୍ୟରେ ଏବେ ଗୋଟିଏ ସଙ୍କଟ ମାଡି ବସିଛି ଆଉ ତାହା ହେଉଛି ଆଳୁ । ଆଳୁ ଦରରେ ଅହେତୁକ ବୃଦ୍ଧି କାରଣରୁ ରାଜ୍ୟବାସୀ ଚିନ୍ତାରେ ପଡିଛନ୍ତି । ଗତ କିଛି ଦିନ ଧରି ରୋଷେଇ ଘରକୁ ମହଙ୍ଗା ମାଡ ହେଉଥିବା ବେଳେ ଏବେ ଯେଉଁ ପରିବା ବିନା ରୋଷେଇ ସମ୍ପୂର୍ଣ୍ଣ ନୁହେଁ ତାକୁ ନେଇ ସଙ୍କଟ ଦେଖାଦେଇଛି । ରାଜ୍ୟର କେଉଁଠି କେଉଁଠି ଆଳୁ ଦାମ ବୃଦ୍ଧି ପାଇବାରେ ବ୍ରେକ ଲାଗୁନଥିବା ବେଳେ କେଉଁଠି କେଉଁଠି ଆଳୁ ବିଲକୁଲ ମିଳୁନି । ଯାହାକୁ ନେଇ ସରକାର ଚିନ୍ତା ପ୍ରକଟ କରିବା ପୂର୍ବରୁ ହିଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏଥିପାଇଁ ଚିନ୍ତା ପ୍ରକଟ କରିଥିଲେ । ନିଜ ତରଫରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଥିଲେ । ଯେଉିଁଥିରେ ସେ ଓଡିଶାକୁ ଆଳୁ ପଠାଇବା ପାଇଁ ନିବେଦନ କରିଥିଲେ । ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ହୋଇଥିବାରୁ ଏହାକୁ ଓଡିଶାକୁ ପଠାଇବାକୁ ନିବେଦନ କରିଥିଲେ । ଆଉ ଏହି ଚିଠି ପାଇବା ପରେ ନବୀନଙ୍କ ନିବେଦନକୁ ସମ୍ମାନ ଜଣାଇ ମମତା ଦିଦି ଓଡିଶାକୁ ଆଳୁ ଟ୍ରକ ପଠାଇଥିବା ଖବର ଏବେ ଚର୍ଚ୍ଚାକୁ ଆସିଛିା । କୁହାଯାଉଛି କି ନବୀନଙ୍କ ଚିଠି ପାଇବା ପରେ ଦିଦି ଓଡିଶାକୁ ଆଳୁ ଟ୍ରକ ଛାଡିଛନ୍ତି । ଏବଂ ଆଗକୁ ଆଳୁ ଦରରେ ମଧ୍ୟ ହ୍ରାସ ଘଟିବା ନେଇ ଆଲୋଚନା ଚାଲିଛି । କିନ୍ତୁ ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ କ୍ରେଡିଟ୍ ନିଜ ଆଡକୁ ନେଉଥିବା କୁହାଯାଉଛି । ନିଜ ସୋସିଆଲ ମିଡିଆରେ ଟ୍ୱିଟ କରି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଳୁ ପ୍ରସଙ୍ଗରେ ଆଲୋଚନା କରିଥିବା ଉଲ୍ଲେଖ କରିଛନ୍ତି । ଏବଂ ଉଭୟଙ୍କ ଆଲୋଚନା କ୍ରମେ ଓଡିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ୱାଭାବିକ ହେଉଥିବା କହିଛନ୍ତି । ଯାହାକୁ ନେଇ ୟୁଜର୍ସମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ହୋଇ ଏଭଳି ପ୍ରସଙ୍ଗରେ ପଛରେ ପଡିଥିବା ବେଳେ ବିରୋଧୀ ଦଳର ନେତା ହୋଇ ସେ ଆଗୁଆ ଏ ସମସ୍ୟାର ସମାଧାନ ପାଇଁ ଆଗକୁ ଆସିଥିବାରୁ ନବୀନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

author

Related Articles

Leave a Reply

Your email address will not be published. Required fields are marked *