କ୍ରେଜ ନେବାକୁ ନବୀନ ମୋହନ ଭିଡାଭିଡି

କ୍ରେଜ ନେବାକୁ ନବୀନ ମୋହନ ଭିଡାଭିଡି

ଦର୍ଶକବନ୍ଧୁ ଓଡିଆଙ୍କ ହାଣ୍ଡିଶାଳକୁ ଏବେ ବାଧୁଛି ଆକାଶ ଛୁଆଁ ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଓଡିଶାକୁ ଆସିବାରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ରାଜ୍ୟରେ ଆଳୁଦର ହୁ ହୁ ହୋଇ ବଢିବାରେ ଲାଗିଛି । ରାଜ୍ୟରେ ଆଳୁ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର କିଛି ଆକ୍ସନ ନେବା ପୂର୍ବରୁ ବିରୋଧି ଦଳ ନେତା ନବୀନ ବାବୁଙ୍କ ଏହି ଚିଠିକୁ ନେଇ ଶାସକ ଶିବିରରେ ନବୀନଙ୍କୁ ସମାଲୋଚନା କରାଗଲାଣି । କୁହାଯାଉଛି ଦୀର୍ଘ 24 ବର୍ଷ ହେବ କିଛି କରିପାରିଲେଣି ଆଉ ଏବେ କୁ ଚିଠି ଲେଖୁଛନ୍ତି । କେବଳ କ୍ରେଜ ନେବା ପାଇଁ ତରବରିଆ ଭାବେ ଏଭଳି ପଦକ୍ଷେପ ନବୀନ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ଆଳୁ ସମସ୍ୟାକୁ ନେଇ ମୋହନ ସରକାରଙ୍କୁ ସମାଲୋଚନା କରାଯାଉଛି । ଚିନ୍ତାରେ ସାଧାରଣ ବ୍ୟବସାୟୀ ରହିଥିବାବେଳେ ଟେନସନରେ ସାଧାରଣ ଲୋକ । ଯାହାକୁ ସହି ନପାରି ନବୀନ ବାବୁ ତରବରିଆ ଭାବେ ମମତା ଦିଦିଙ୍କୁ ଯେଉଁ ଚିଠି ଲେଖିଲେ ତାହାକୁ ତାଚ୍ଛ୍ୟଲ କରାଯାଉଛି । ସରକାରରେ ଥିବା ସମୟରେ ପୁଳା ପୁଳା ସମସ୍ୟାରେ ରହୁଥିବା ଓଡିଶାକୁ ଅଣଓଡିଆଙ୍କ ଉପରେ ଛାଡି ଦେଇଥିଲେ ସେ ଏବେ କେମିତି ଓଡିଶା ବାସୀଙ୍କ କଥା ଚିନ୍ତା କରୁଛନ୍ତି ବୋଲି ନାନା ଚର୍ଚ୍ଚା ହେଉଛି । ଯଦି ଆମେ ନବୀନଙ୍କ ଗତି ଉପରେ ନଜର ପକାଇବା ନିର୍ବାଚନ ସମୟରେ ନିଷ୍କ୍ରିୟ ହୋଇଥିବା ନବୀନ ଏବେ ରାଜ୍ୟ ରାଜନୀତିରେ ସକ୍ରିୟ । ଯାହାକୁ ଶାସକ ଦଳ ସହିପାରୁନାହିଁ ବୋଲି ବିରୋଧି ବିଜେଡି ସର୍ବଦା ମନ୍ତବ୍ୟ ରଖିଆସିଛି । ଅନ୍ୟପଟେ ପଶ୍ଚିମବଙ୍ଗର ଓଡିଶା ବିରୋଧି ଏଇ ମନୋଭାବକୁ ନେଇ ଏବେ ଆହୁରି ଅଧିକା ଚର୍ଚ୍ଚା । ପଶ୍ଚିମବଙ୍ଗ ଗେଟରୁ ଆଳୁ ଗାଡି ଫେରିଯିବା ଘଟଣାରେ ନାନା ଆଲୋଚନା ହେଉଛି କୁହାଯାଉଛି କି ଓଡିଶାରେ ବିଜେପି ସରକାର ହେବା ପରେ ମମତା ଦିଦି ଓଡିଶା ଉପରେ ଖପ୍ପା ଅଛନ୍ତି । ତେବେ ଓଡିଶାରେ ଏହି ଆଲୁ ରାଜନୀତି କେଉଁ ମୋଡକୁ ଗତି କରୁଛି ତାହା ଦେଖିବାକୁ ଅପେକ୍ଷା

author

Related Articles

Leave a Reply

Your email address will not be published. Required fields are marked *