ବିଜେଡିର ହେଭିୱେଟ ତଥା ମୋଷ୍ଟ ପାୱାରଫୁଲ ନେତା ହେଉଛନ୍ତି ପ୍ରଣବ ପ୍ରକାଶ ଦାସ । ଯାଜପୁର ମାଟିର ସୁଯୋଗ୍ୟ ସନ୍ତାନ ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସ ଅନେକ କ୍ଷମତାର ଅଧିକାରୀ । କିନ୍ତୁ ତାଙ୍କ ଦଳ ବିଜେଡି ଠାରୁ ପାୱାର ଯିବା ପରେ ତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଅଧିକ କ୍ଷମତା ଲୋଭ ବବିଙ୍କୁ ଚଳିତ ସାଧାରଣ ନିର୍ବାଚନରେ ପରାଜୟ ଦିଗକୁ ନେଇଗଲା । ବିଧାୟକ ଥିବା ବବି ଦାସ ସାଂସଦ ହେବାର ସ୍ୱପ୍ନ ଦେଖିଲେ ଏବଂ ପାଣ୍ଡିଆନଙ୍କ ବଶବର୍ତ୍ତୀ ହୋଇ ସମ୍ୱଲପୁର ଲୋକସଭାରୁ ନିର୍ବାଚନ ଲଢିଲେ । ହେଲେ ବିଜେପି ହେଭିୱେଟଙ୍କ ଆଗରେ କାମ କଲାନାହିଁ ପ୍ରଣବଙ୍କ ଯାଦୁ । ନିଜେ ସମ୍ୱଲପୁର ଗଲେ ମାଆଙ୍କୁ ଯାଜପୁର ପଠାଇଲେ କିନ୍ତୁ ଦୁଇଟିରେ ଫେଲ ହୋଇଗଲେ ବବି । ନିର୍ବାଚନ ପୂର୍ବରୁ ବିଜେଡିରେ ଅନେକ ପରିବର୍ତ୍ତନ ହୋଇଛି । ନେତାଙ୍କ ଟିକେଟକୁ ମଧ୍ୟ ଅଦଳ ବଦଳ କରାଯାଇଥିଲା ଯେଉଁଥିରେ ବବିଙ୍କର ମୁଖ୍ୟ ଭୂମିକା ରହିଥିଲା ବୋଲି ଚର୍ଚ୍ଚା ହେଉଥିଲା । ଅନ୍ୟ ନେତାଙ୍କ ଟିକେଟ କାଟିଲେ ଆଉ ନିଜେ ଆଜି ଦଳରୁ କଟିଗଲେ । ପରାଜୟ ପରେ ବେଶ ସକ୍ରିୟ ନବୀନ ବାବୁ ରାଜ୍ୟସଭା ସାଂସଦ ମାନଙ୍କଠାରୁ ଯେ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ୟୁସନ କରିବାରେ ଲାଗିପଡିଥିଲେ । ବିଜେଡିର ନବକଳେବର ହେଲା କିନ୍ତୁ ପ୍ରଣବଙ୍କୁ କୌଣସି ନୂଆ ଦାୟିତ୍ୱ ଦେଲେ ନାହିଁ ବିଜେଡି ସୁପ୍ରିମୋ । ବିଧାନସଭାରେ ବିରୋଧି ଦଳ ନେତାଭାବେ ପ୍ରମୁଖ ଭୂମିକା ତୁଲାଉଥିବା ନବୀନଙ୍କ ଗିରଫ ଦାବି ନେଇ ହୁଲସ୍ତୁଲ ହେଉଥିଲା ଓଡିଶା । ବିଜେଡିର ବିଧାୟକ ମାନେ ଏହି କଥାକୁ ତୀବ୍ର ବିରୋଧ କରୁଥିଲେ କିନ୍ତୁ ଏ ନେଇ ମୁହଁ ଖୋଲି ନଥିଲେ ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ରାଜ୍ୟରେ ଆଳୁ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଏ ନେଇ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ସମସ୍ୟା ସମାଧାନ ପାଇଁ ବାଟ ବାହାର କରୁଛନ୍ତି । କିନ୍ତୁ ଦିନେ ସର୍ବୋଚ୍ଚ କ୍ଷମତାରେ ଥିବା ପ୍ରଣବ ଚୁପ ବସିଛନ୍ତି । କୌଣସି ପଦପଦବୀ ନ ମିଳିବାରୁ ଓଡିଶାବାସୀଙ୍କ ପାଇଁ ଦିନେ ସ୍ୱର ଉଠାଉଥିବା ପ୍ରଣବ ଏତେ ନିରବ କେମିତି ପାଲଟିଗଲେ ସେ ନେଇ ରାଜ୍ୟ ରାଜନୀତିରେ ଦ୍ୱନ୍ଦ୍ୱ ବଢୁଛି ।
You can share this post!
author