ମୋହନଙ୍କ ଯୋଜନାକୁ ନେଇ କନଫ୍ୟୁଜ ରାଜ୍ୟବାସୀ

ମୋହନଙ୍କ ଯୋଜନାକୁ ନେଇ କନଫ୍ୟୁଜ ରାଜ୍ୟବାସୀ

ରାଜ୍ୟରେ ପ୍ରଥମ ଥର ସରକାର ଗଢିବା ପରେ ପ୍ରଥମ ବଜେଟ ଉପସ୍ଥାପନ କରିଛି ଭାରତୀୟ ଜନତା ପାର୍ଟୀ । ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ ଏହି ବଜେଟ ଉପସ୍ଥାପନ କରିଛନ୍ତି । କିନ୍ତୁ ବଜେଟରେ ଯେଉଁ ସବୁ ଯୋଜନାକୁ ନେଇ ଘୋଷଣା କରାଯାଇଛି ସେସବୁକୁ ନେଇ ଏବେ ସମସ୍ତେ ଦ୍ୱନ୍ଦ୍ୱରେ । କାହିଁକି ନା ବିଜେପି କିଛି ନୂଆ ଯୋଜନା ଆଣିଥିବା ବେଳେ ଅନେକ ପୁରୁଣା ଯୋଜନା ବଜେଟରେ ଅନ୍ତଭୁକ୍ତ ରହିଛି । କିନ୍ତୁ ସେ ଗୁଡିକର ନାଁରେ ପରିବର୍ତ୍ତନ କରାଯାଇଛି । ବିଜେଡି ସରକାରର ବିଏସକେୱାଇ କାର୍ଡ ରାଜ୍ୟରେ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କିନ୍ତୁ ଏହା ବିଏସକେୱାଇ ପରିବର୍ତ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାଁରେ ପରିଚାଳିତ ହେବ । ଏହା ସହ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟତା ପାଇଁ ପରିଚାଳିତ ହେଉଥିବା ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେବ । କିନ୍ତୁ ଏଠି ଦ୍ୱନ୍ଦ୍ୱ ହେଉଛି ଯଦି ସ୍ୱାସ୍ଥ୍ୟ ସହାୟତା ପାଇଁ ଦୁଇଟି ଯୋଜନା ଲାଗୁ ହେବ ତେବେ କେଉଁ ଯୋଜନାରେ ହିତାଧୀକାରୀ ଯୋଡି ହେବେ, ପୂବ ଯୋଜନା ଅପେକ୍ଷା ସୁବିଧା କଣ ମିଳିବ , ରାଜ୍ୟରେ ଦୁଇଟି ଯୋଜନା ଚାଲିବ କି ଏହି ଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ତେବେ କେବଳ ଏହି ଗୋଟିଏ ଯୋଜନା ନୁହେଁ ସୁଭଦ୍ରା ଯୋଜନାକୁ ନେଇ ମଧ୍ୟ କିଛି ବି ସ୍ପଷ୍ଟ ହେଉନି । ବଜେଟରେ ଏହି ଯୋଜନା ପାଇଁ ୧୦ ହଜାର କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଏଥିରେ କେଉଁମାନେ ଅନ୍ତର୍ଭୁକ୍ତ ହେବେ ସେନେଇ ମଧ୍ୟ କନଫ୍ୟୁଜନ ରହିଛି । ପୂର୍ବରୁ ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉତର ଦେବାକୁ ପ୍ରତିଶୃତି ଦେଇଥିଲା ବିଜେପି । ଯଦି ଏପରି ହୁଏ ତେବେ ରାଜ୍ୟର ୨୦ ଲକ୍ଷ ମହିଳା ଏଥିରେ ଉପକୃତ ହେବେ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଦ୍ୱନ୍ଦ୍ୱ ହେଉଛି କି ପ୍ରତି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନା କେବଳ ରାସନକାର୍ଡ ଥିବା ପରିବାରର ମହିଳାମାନେ ଏଥିରେ ଅନ୍ତର୍ଭୁକ୍ତ ହେବେ ତାହା ବୁଝି ହେଉନି । ସେହିପରି କାଳିଆ ଯୋଜନାର ନାଁ ପରିବର୍ତ୍ତନ କରାଯାଇ ସିଏମ କିଷାନ ଯୋଜନା କରାଯିବାକୁ ନିଷ୍ପତ୍ତି ହୋଇଛି । ଉଭୟ ପିଏମ କିଷାନ ଯୋଜନା ଏବଂ ସିଏମ କିଷାନ ଯୋଜନା ଗୋଟିଏ ସରକାର ଦେଉଥିବାରୁ କେଉଁ ଯୋଜନା ଚାଲିବ ଏବଂ କେଉଁ ଯୋଜନାରେ ଲୋକଙ୍କୁ ପ୍ରଫିଟ ମିଳିବ ତାହା ମଧ୍ୟ ସ୍ପଷ୍ଟ ହେଉନି । ତେଣୁ ମୋହନ ସରକାରରେ ଯେଉଁ ବଜେଟ ଉପସ୍ଥାପନ କରାଯାଇଛି ତାକୁ ନେଇ ରାଜ୍ୟବାସୀ କନଫ୍ୟୁଜ ରେ ରହିଛନ୍ତି । ତେବେ ଦେଖାଯାଉ ମୋହନ ସରକାର ଏହା ଉପରେ କଣ ସ୍ପଷ୍ଟୀକରଣ ଦେଉଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *