ବଞ୍ଚିଥିଲେ ମଧୁ ! ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ବଞ୍ଚିଥିଲେ ମଧୁ ! ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ସାମ୍ବାଦିକା ମଧୁମିତା ପରିଡାଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ମଧୁମିତାଙ୍କ ମୃତ୍ୟୁର ୪ ଦିନ ପରେ ତାଙ୍କ ମୃତ୍ୟୁ ପଛର କାରଣ ସାମ୍ନାକୁ ଆସିଛିା ଆଜି ମଧୁମିତାଙ୍କର ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ଆଉ ଏଥିରେ ଯାହା ଉଲ୍ଲେଖ ରହିଛି ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ମଧୁମିତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ଲେଖାହୋଇଛି ଯେ, ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ରହିଥିଲା । ଏହି କ୍ଷତ ପାଇଁ ତାଙ୍କ ମୃତ୍ୟୁ ହୋଇଛି । ଟ୍ରେନ ସାମ୍ନାକୁ ଡେଇଁବା ପରେ ମଧୁମିତା କିଛି ବାଟ ଘୋଷାଡି ହୋଇଯାଇଥିଲେ । ଏବଂ ଏହି ସମୟରେ ସେ ଜୀବିତ ଥିଲେ । କିନ୍ତୁ ତାଙ୍କ ଶରୀରରେ ଲାଗିଥିବା କ୍ଷତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଗତ କିଛିଦିନ ତଳେ ଭୁବନେଶ୍ୱରରେ ମହିଳା ସାମ୍ବାଦିକଙ୍କ ରହସ୍ୟଜନକ ମୃତ୍ୟୁ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ଦାଂପତ୍ୟ ଜୀବନରେ ଉଠିଥିବା ଝଡ଼ ଭିତରେ ମଧୁମିତାଙ୍କୁ ହତ୍ୟା କରାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଆଉ ଏହି ଅଭିଯୋଗ ପରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ପୋଲିସ ଗିରଫ କରିଛି । ତେବେ ଭୁବନେଶ୍ୱରର ଏକ ଘରୋଇ ୱେବ ଚ୍ୟାନଲରେ କାମ କରୁଥିଲେ ମଧୁମିତା । ଗତ ମାର୍ଚ ୧ ତାରିଖରେ ସେ ତାଙ୍କ ୫ ବର୍ଷର ପ୍ରେମ ସମ୍ପର୍କକୁ ବାହାଘରରେ ପରିଣତ କରିଥିଲେ । କିନ୍ତୁ ବାହାଘରର ୫ ମାସ ନ ପୂରୁଣୁ ନିଜ ସ୍ୱାମୀଙ୍କ ଠାରୁ ପ୍ରତାରଣାର ଶୀକାର ହୋଇ ଥିଲେ। ଜୀବନ ହାରିବା ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ଏହାର ସମାଧାନ ନହେବାରୁ ଶେଷରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଏଭଳି ପଦକ୍ଷେପ ନେଉଥିବା ଇସାରା ଦେଲେ । ଆଉ କେହି କିଛି କରିବା ପୂର୍ବରୁ ସବୁ କିଛି ଶେଷ ହୋଇଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *