ବରିଷ୍ଠ ନେତା ଅମର ଶତପଥୀଙ୍କୁ ନେଇ ବଢୁଛି ଦ୍ୱନ୍ଦ୍ୱ !

ବରିଷ୍ଠ ନେତା ଅମର ଶତପଥୀଙ୍କୁ ନେଇ ବଢୁଛି ଦ୍ୱନ୍ଦ୍ୱ !

ବରିଷ୍ଠ ନେତା ଅମର ଶତପଥୀଙ୍କୁ ନେଇ ବଢୁଛି ଦ୍ୱନ୍ଦ୍ୱ ! କାରଣ ଯେଉଁ ଭଳି ଭାବରେ ଅମର ଶତପଥୀ ବିଜେଡିରେ ଥାଇ ବିଜେଡିର ପୋଲ ଖୋଲୁଛନ୍ତି ଏବଂ ନବୀନଙ୍କ ନିଷ୍ପତ୍ତି ଉପରେ ବିସ୍ଫୋରକ ବୟାନ ଦେଉଛନ୍ତି ତାକୁ ନେଇ ଅନେକ କିଛି ଚର୍ଚ୍ଚା ମୁଣ୍ଡ ଟେକୁଛି । ନିର୍ବାଚନ ପରଠାରୁ ଅମର ଦଳରେ ସେତେଟା ସକ୍ରିୟ ନାହାନ୍ତି । ନା ସେ ଦଳର କୌଣସି କାର‌୍ୟ୍ୟକ୍ରମରେ ନଜର ଆସୁଛନ୍ତି ନା ତାଙ୍କୁ ଦଳରେ କୌଣସି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି । କେବଳ ଜଣେ ସାଧାରଣ କର୍ମୀ ହୋଇ ସେ ଦଳରେ ରହିଛନ୍ତି । ଯେଉଁଥିରେ ସେ ଅସନ୍ତୁଷ୍ଟ ଥିବା ନଜର ଆସୁଛି । କାରଣ ଦଶନ୍ଧି ଦଶନ୍ଧି ଧରି ଯେଉଁ ନିବାଚନ ମଣ୍ଡଳୀରେ ଅମରଙ୍କ ଶାସନ ଚାଲିଥିଲା ଏବେ ସେ ଶାସନର ଚାବିକାଠି ବିଜେପି ହାତକୁ ଚାଲିଯାଇଛିା ଜଣେ ନବାଗତଙ୍କୁ ବଡଚଣାର ଦାୟିତ୍ୱ ଦେଇ ନବୀନ ଯେଉଁ ରିସ୍କ ନେଇଥିଲେ ତାହା ଏବେ ତାଙ୍କ ଉପରେ ହିଁ ଭାରି ପଡିଥିବା କୁହାଯାଉଛି । ଯେଉଁ କାରଣରୁ ଅମର ଏବେ ବି ଦଳ ଏବଂ ଦଲର ସଭାପତିଙ୍କ ଉପରେ ଖପ୍ପା ଥିବା କୁହାଯାଉଛି । ଆଉ ଏହି କାରଣ ପାଇଁ ଅମର ଏପରି ବ୍ୟବହାର କରିବା ସହ ନବୀନଙ୍କ ବଦଳରେ ମୋହନଙ୍କ ପ୍ରଶଂସା କରୁଛନ୍ତି ଯାହାକୁ ନେଇ ଏବେ ରାଜନୀତି ସହ ବିଜେଡିରେ ହଇଚଇ ସୃଷ୍ଟି ହୋଇଛି । ତେବେ ନବୀନ ସରାକରୀ ଷ୍ଟାଇଲରେ ଯେଉଁ ଛାୟା କ୍ୟାବିନେଟ ଗଠନ କରିଥିଲେ ତାକୁ ନେଇ ବିଜେପି ନେତା ତାଚ୍ଛଲ୍ୟ କରିଥିଲେ । ଏବଂ ଏଥିରେ ବିଜେଡି ନେତାମଧ୍ୟ ସାମିଲ ଥିଲେ । ଖୋଦ ଦଳର ବରିଷ୍ଠ ନେତା ଅମର ଶତପଥୀ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ କଟାକ୍ଷ କରିଥିଲେ । ଯଦି ଆଗରୁ ନବୀନ ଏହିଭଳି ନିଷ୍ପତ୍ତି ନେଇଥାନ୍ତେ ତେବେ ଦଳ ଆଜି ବିରୋଧୀ ଦଳରେ ବସିନଥାନ୍ତା ବୋଲି କହିଥିଲେ । ଯାହାକୁ ନେଇ ଅମର ବିଜେଡି ଉପରେ ଅସନ୍ତୋଷ ଥିବା ଚର୍ଚ୍ଚା ବଢିଥିଲା । ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ ଏବେ ନବୀନ ବିଭିନ୍ନ ପ୍ରସଙ୍ଗରେ ଆଗକୁ ଆସୁଥିବା ବେଳେ ନିଜ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ବିରୋଧୀ ଦଳରେ ଥାଇ ବି ସେ ଲୋକଙ୍କ ସମସ୍ୟା ସମ୍ପର୍କରେ ମୁହଁ ଖୋଲୁଛନ୍ତି । ଏବଂ ସୋସିଆ ମିଡିଆରେ ପୋଷ୍ଟ କରୁଛନ୍ତିା ନବୀନ କରିଥିବା ପୋଷ୍ଟକୁ ଦଳୀୟ କର୍ମୀ ମାନେ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । କିନ୍ତୁ ସେଥିରେ ବି ଅମର ପଛରେ ରହୁଛନ୍ତି । ନା ସେ ଦଳୀୟ କାଯ୍ୟକୁ ନେଇ କିଛି ପୋଷ୍ଟ କରୁଛନ୍ତି । ନା ନବୀନଙ୍କୁ ସପୋର୍ଟ କରୁଥିବା ନଜର ଆସୁଛନ୍ତି । ଯାହାକୁ ନେଇ କନଫ୍ୟୁଜନ ସୃଷ୍ଟି ହେଉଛିା କି ସେ ଦଳରେ ଅଛନ୍ତି ନା କେବଳ ଦଳରେ ଥିବା ଭଳି ଅଭିନୟ କରୁଛନ୍ତି । ତେବେ ଦେଖାଯାଉ ଆଗକୁ ଅମରଙ୍କ ବିଜେଡି ପ୍ରତି ଆଭିମୁଖ୍ୟ କଣ ରହୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *