ରାଜ୍ୟରେ ବଦଳିଯାଇଛି ସରକାର, ବଦଳି ଯାଇଛି ରାଜ୍ୟ ରାଜନୀତିର ଚିତ୍ର । ୨୫ ବର୍ଷର ସରକାରର ପତନ ପରେ ନୂଆ ସରକାର ଗଠନ ହୋଇଛି । କିନ୍ତୁ ନୂଆ କିଛି ରାଜ୍ୟରେ ଘଟୁଥିବା ନଜର ଆସୁନି । କେବଳ ନାଁରେ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳୁଛି । ୨୫ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡିର ଚିହ୍ନବର୍ଣ୍ଣ ଲିଭାଇବାକୁ ବିଜେପି ଅଣ୍ଟା ଭିଡିଛି । ଏପରିକି ଲିଭାଇ ସାରିଲାଣି ମଧ୍ୟ । ବିଜେଡି ସରକାରେ ଯେଉଁ ସବୁ ଯୋଜନା କାଯ୍ୟକାରୀ କରାଯାଉଥିଲା, ଯେଉଁ ସବୁ ଯୋଜନାରେ ବିଜେଡିର ପରିଚୟ ଥିଲା ସେ ସବୁଥିରେ ପରିବର୍ତ୍ତନ କରି ବିଜେପି ନିଜର ଛାପ ଦେବାକୁ ପ୍ରୟାସ କରିଛି । ଏଇ ଯେମିତି ଆମ ଓଡିଶା ନବୀନ ଓଡିଶା ର ନାଁରେ ପରିବର୍ତ୍ତନ କରି ବିକଶିତ ଗାଁ ବିକଶିତ ଓଡିଶା, ବିଏସକେୱାଇ କାର୍ଡ ବଦଳରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମୋ ସ୍କୁଲ ବଦଳରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଇତ୍ୟାଦି । ଏସବୁ ଜନକଲ୍ୟାଣ କାରୀ ଯୋଜନାଗୁଡିକର ନାଁ ବଦଳାଇ ବିଜେପି ଓଡିଶାରେ ବିଜେଡିର ଅସ୍ତିତ୍ୱ ମିଟାଇବାକୁ ଚେଷ୍ଟା କରିଛି । ଯାହାକୁ ନେଇ ବିରୋଧୀଙ୍କ ସହ ଜନସାଧାରଣ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । କେବଳ ନାଁରେ ପରିବର୍ତ୍ତନ କରିଦେଲେ କିଛି ଫଳ ମିଳିବନି ଏବଂ ବିକାଶ ହେବନି ବୋଲି ସେମାନେ ମତପ୍ରକାଶ କରୁଛନ୍ତି । ଯଦି ବିଜେଡି ତୁଳନାରେ ସାଧାରଣ ଲୋକେ ବିଜେପି ଠାରୁ ଅଧିକ ଲାଭ ନ ପାଆନ୍ତି ତେବେ ବିଜେପି ରାଜ୍ୟରେ ଲୋକପ୍ରିୟତା ହରାଇବ ସେଥିରେ ସନ୍ଦେହ ନାହିଁ । ଅନ୍ୟପଟେ ବିଜେପି ପ୍ରଥମ ଥର ସରକାର ଗଢିଥିବାରୁ ରାଜ୍ୟରେ ଇତିହାସ ରଚିବା ପାଇଁ ବିଜେଟରେ ଅନେକ କିଛି ଘୋଷଣା କରିଛି । କିନ୍ତୁ ନିବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରତିଶୃତି ଦେଇଥିଲା ସେଥିରେ ଅନେକ କିଛି ପରିବର୍ତ୍ତନ କରିଛି । ଯାହାକୁ ନେଇ ମଧ୍ୟ ଅନେକ ଲୋକ ଅସନ୍ତୁଷ୍ଟ ରହିଛନ୍ତି । ତେବେ ଦେଖାଯାଉ ପ୍ରତିଶୃତି ବଦଳରେ ଖାଲି ନାଁ ପରିବର୍ତ୍ତନ କରିବା ବିଜେପି ଉପରେ କେତେ ଭାରୀ ପଡୁଛି ତାହା ଦେଖିବାର କଥା ।
You can share this post!
author