ଧାରଣାରେ ଛାତ୍ରଛାତ୍ରୀ ପାଠପଢା ଠପ୍

ଧାରଣାରେ ଛାତ୍ରଛାତ୍ରୀ ପାଠପଢା ଠପ୍

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାଳଷଣ୍ଢପୁର ପଞ୍ଚାୟତ ନୂଆଗାଁ ଚିନି ଶିଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନାହାନ୍ତି ଷଷ୍ଠ, ସପ୍ତମ ଶ୍ରେଣୀ ନିମନ୍ତେ ଶିକ୍ଷକ l ଫଳରେ ଚଳିତ ବର୍ଷ ବିଦ୍ୟାଳୟ ରେ ନାମ ଲେଖା ହୋଇପାରିନାହିଁ l ଅଞ୍ଚଳର ଛାତ୍ର ଛାତ୍ରୀ ପାଠପଢାରେ ବହୁ ଅସୁବିଧା ଭୋଗୁଥିବା ବେଳେ ଏନେଇ ବାରମ୍ବାର ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ ପରେ ବି କୌଣସି ସୁଫଳ ନମିଳିବାରୁ ଚରମ ନିଷ୍ପତି ନେଇଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ l ସମସ୍ତେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଛି l ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବା ନେଇ ଅଭିଭାବକ ମାନେ କହିଥିବା ବେଳେ କିଛି ଘଣ୍ଟା ଧରି ସମସ୍ତେ ଧାରଣା ଦେବା ପରେ ବିହାଗୀୟ କତୃପକ୍ଷ ଧାରଣା ରତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି l

author

Related Articles

Leave a Reply

Your email address will not be published. Required fields are marked *