ଉଦଘାଟିତ ହେଲା ମାଗଣା ସିଟି ସ୍କାନ ସେବା

ଉଦଘାଟିତ ହେଲା ମାଗଣା ସିଟି ସ୍କାନ ସେବା

ଆଜି ରାୟଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀ ମନୋଜ ସତ୍ୟବାନ ମହାଜନ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି l ଓଡିଶା ସରକାର ଓ ସ୍ପନ୍ଦନ ଡ଼ାଇଗ୍ନସ୍ଟିକ ପ୍ରାଇଭେଟ ସଂସ୍ଥା ପିପିପି ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ l ରୋଗୀ ମାନଙ୍କ ନିମନ୍ତେ ଏହି ସ୍ବାସ୍ଥ୍ୟ ସେବା ବିନା ଶୁଳ୍କ ତଥା ୨୪ ଘଣ୍ଟିଆ ଅନବରତ ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ଵାସ୍ଥ୍ୟସେବା ଉପଲବ୍ଧ ହେବ l ଜିଲ୍ଲା ରେ ଏହି ସ୍ବାସ୍ଥ୍ୟ ସୁବିଧା ନଥିବାରୁ, ରୋଗୀ ମାନେ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ, ବର୍ତ୍ତମାନ ଆମ ଜିଲ୍ଲା ରେ ଏହି ସେବା ଉପଲବ୍ଧ ହେଉଥିବାରୁ ଜିଲ୍ଲାବାସୀ ବହୁ ପରିମାଣ ରେ ଉପକୃତ ହେବେ l ସମସ୍ତ ମସ୍ତିଷ୍କ ଆଘାତ ଓ ଟ୍ରମା କେଶ ଭଳି ଜରୁରୀ ସ୍ବାସ୍ଥ୍ୟାବସ୍ଥା ଗୁଡିକ ପରୀକ୍ଷା କରାଯାଇ ଦୁଇ ଘଂଟାରେ ମଧ୍ୟରେ ତାହାର ରିପର୍ଟ ପ୍ରଦାନ କରାଯିବ

author

Related Articles

Leave a Reply

Your email address will not be published. Required fields are marked *