ଅରିନ୍ଦମଙ୍କୁ ଠକିଦେଲେ କି ମୋହନ ?

ଅରିନ୍ଦମଙ୍କୁ ଠକିଦେଲେ କି ମୋହନ ?

ଅଭିନେତା ଭାବରେ ସେ ଯେତିକି ପରିଚିତ ତାଠୁ ଅଧିକ ପରିଚିତ ହେଲେ ଜଣେ ରାଜନେତା ଭାବରେ । ହଁ ଆଜ୍ଞା ଆମେ କାହା କଥା କହୁଛୁ ଆପଣମାନେ ତ ନିଶ୍ଚୟ ବୁଝିପାରୁଥିବେ । ସେ ହେଉଛନ୍ତି ବିଜେପି ନେତା ତଥା ସାଲେପୁରର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ଟିକେଟ ଆଶାରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଇଲା କିନ୍ତୁ ସାଲେପୁରରେ ପଦ୍ମ ଫୁଟାଇବାରେ ସଫଳ ହୋଇପାରିଲେନି ଅରିନ୍ଦମ ରାୟ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ହେଲା କିନ୍ତୁ ସାଲେପୁରରେ ନବୀନଙ୍କ ଗଡକୁ ଭେଦ କରିବାରେ ଅସଫଳ ହୋଇଗଲେ ଅରିନ୍ଦମ । ନିଜେ ସିନା ହାର ମାନିଗଲେ କିନ୍ତୁ ନିଜ ଭିଣେଇ ତଥା ବିରୋଧି ପ୍ରଣବ ପ୍ରକାଶ ଦାସଙ୍କ ହାରିବା ଅରିନ୍ଦମଙ୍କୁ ଅଧିକ ଖୁସି ଦେଇଥିଲା ବୋଲି ଚର୍ଚ୍ଚା ହେଉଥିଲା । ତେବେ ହାରିବା ପରେ ବେଶ ଆକ୍ଟିଭ ରହିଛନ୍ତି ଅରିନ୍ଦମ ରାୟ । ବିଜେପିର ସମସ୍ତ କାର୍ଯ୍ୟରେ ନଜର ଆସୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜେପିର ବିଜୟରେ ଅନେକ ନେତାଙ୍କ ହାତ ରହିଛି ତା ମଧ୍ୟରୁ ଜଣେ ହେଲେ ଅରିନ୍ଦମ ରାୟ । ନିଜେ ସିନା ହାରିଗଲେ କିନ୍ତୁ ଦଳକୁ ଜିତାଇବା ପାଇଁ ନିଜେ ସବୁବେଳେ ଦଳ ପାଇଁ କାର୍ଯ୍ୟ କରିଆସିଛନ୍ତି ।  ଚର୍ଚ୍ଚା ହେଲା ବିଜେପିରେ ରହିଥିବା ଦଳୀୟ ନେତାଙ୍କୁ ଥଇଥାନ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିବେ ମୋହନ ସରକାର । ଗୁରୁତ୍ୱ ବହନ କରୁଥିବା ନେତ ମାନଙ୍କୁ ଦଳରେ ନୂଆ ନୂଆ ଦାୟିତ୍ୱ ମିଳିବି । ଏଥିପାଇଁ ରେସରେ ଅନେକ ନେତାଙ୍କ ନାଁ ମଧ୍ୟ ଯୋଡି ହୋଇଥିଲେ । କିନ୍ତୁ ଏହି ରେସରେ ନାହିଁ ଅରିନ୍ଦମଙ୍କ ନାମ । ବିଜେପିର ଏକ ଜଣାଶୁଣା ଚେହେରା ସାଙ୍ଗକୁ ପୂର୍ବର ବିଜେଡି ପୋଲ ଖୋଲିବାରେ ସେ ଏକ ମୁଖ୍ୟ ଭୂମିକା ନେଇଥିଲେ । ତେବେ ଦଳରୁ ଅରିନ୍ଦମଙ୍କୁ କୋଣଠେସା କରାଇବେ ମୋହନ ନା କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବେ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *