ବିଜେପିକୁ ଭାରି ପଡିଲେଣି ପ୍ରମିଳା ମଲ୍ଲିକ

ବିଜେପିକୁ ଭାରି ପଡିଲେଣି ପ୍ରମିଳା ମଲ୍ଲିକ

ଜୁଲାଇ 22 ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି । ବିଧାନସଭା ଆରମ୍ଭ ହେବା ପୂର୍ବରୁ ନାନା ଚର୍ଚ୍ଚା ହେଉଥିଲା କି ଚଳିତ ଥର କିଛି ନିଆରା ହେବ ବିଧାନସଭାର ଅଧିବେଶନ କାହିଁକିନା 24 ବର୍ଷ ଧରି ଶାସକ ଦଳରେ ବସୁଥିବା ବିଜେଡି ପ୍ରଥମ ଥର ପାଇଁ ବିରୋଧି ଆସନରେ ବସିଛି ଏବଂ ଭାରତୀୟ ଜନତା ପାର୍ଟି ସରକାର ବିଧାନସଭାରେ ଶାସକ ଦଳ ଭାବେ ମୁଖ୍ୟ ଭୂମିକା ତୁଲାଉଛି । ଉଭୟ ବିରୋଧି ଓ ଶାସକ ଦଳର ନେତାଙ୍କ ଗର୍ଜନରେ ସରଗରମ ହେଉଛି ଗୃହ । 24 ବର୍ଷର ସରକାରରେ ହୋଇଥିବା ଜୁମଲାର ପୋଲ ଖୋଲୁଛନ୍ତି ବିଜେପିର ମନ୍ତ୍ରୀ ବିଧାୟକ ତ ସେପଟେ ମୋହନ ସରକାର ପୂର୍ବର ସରକାରଙ୍କ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କଥାକୁ ନେଇ ବିଜେଡିର ମହିଳା ବିଧାୟିକା ବିଜେପି ସରକାରକୁ କରୁଛନ୍ତି ସମାଲୋଚନା । ଗୋଟିଏ ପଟେ ବିଧାନସଭାରେ ବିଜେପିକୁ ପ୍ରଶ୍ନ ବାଣରେ ଘେରୁଛନ୍ତି ବିଞ୍ଚାରପୁର ବିଧାୟିକା ପ୍ରମିଳା ମଲ୍ଲିକ ତ ସେପଟେ ବିଜେଡିର ମୁଖପାତ୍ର ତଥା ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ୱାଦିକ ସମ୍ମିଳନୀ କରି ମୋହନ ସରକାରଙ୍କ ଦୋଷ ଦୁର୍ବଳତାକୁ ଦର୍ଶାଉଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ରଥୀ ମହାରଥୀ ମାଟି କାମୁଡି ତଳେ ପଡିଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ପୁଣିଥରେ ଶଙ୍ଖ ଫୁଟାଇଲେ ପ୍ରମିଳା ମଲ୍ଲିକ । ନବୀନଙ୍କ ପାଖେ ପାଖେ ରହି ପୂର୍ବର ଶାସକ ଦଳରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ଆଉ ଏବେ ବିରୋଧି ଦଳରେ ରହି ନବୀନଙ୍କ ଇସାରାରେ ମୋହନ ସରକାରଙ୍କୁ ପାଣି ପିଆଉଛନ୍ତି । ଶୁଣିଲେ ତ ଦର୍ଶକବନ୍ଧୁ ଦରଦାମ ବୃଦ୍ଧି ହେଉ କି ନାମ ପରିବର୍ତ୍ତନ ବିଜେପି ସରକାରକୁ ଧୋଇବାରେ ବିଜେଡି ନେତାଙ୍କ ମଧ୍ୟରେ ଆଗରେ ରହିଛନ୍ତି ପ୍ରମିଳା ମଲ୍ଲିକ ।

author

Related Articles

Leave a Reply

Your email address will not be published. Required fields are marked *