ଲେଖାଶ୍ରୀଙ୍କ ଟାର୍ଗେଟରେ ମୋଦି !

ଲେଖାଶ୍ରୀଙ୍କ ଟାର୍ଗେଟରେ ମୋଦି !

ପୁଣି ଆଟାକିଂ ମୋଡରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କିନ୍ତୁ ରାଜ୍ୟ ବିଜେପି ବଦଳରେ ଏବେ ଲେଖାଶ୍ରୀଙ୍କ ଟାର୍ଗେଟକୁ ଆସିଛନ୍ତି କେନ୍ଦ୍ରୀୟ ନେତା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦଳରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଲେଖାଶ୍ରୀ । ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବା ବେେ ପାର୍ଲାମେଣ୍ଟ ଛାତରୁ ପାଣି ଗଳୁଥିବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏବଂ ଏହି ଭିଡିଓ କୁ ନିଜ ସୋସିଆଲ ମିଡିଆ ପେଜରେ ସେୟାର କରି ଲେଖାଶ୍ରୀ ଡବଲ ଇଞ୍ଜିନ ସରକାରକୁ ତାଚ୍ଛଲ୍ୟ କରିଛନ୍ତି । ଏହା ସହ ବର୍ଷେ ନପୂରୁଣୁ ରାମ ମନ୍ଦିର ଛାତରୁ ପାଣି ଗଳିଥିଲା ଆଉ ଏବେ ପୁଣି ବ ର୍ଷେ ନପୂରୁଣୁ ନୂଆ ସଂସଦ ଗୃହ ଛାତରୁ ପାଣି ଗଳିବା ଘଟଣାକୁ ନେଇ ସିଧାସଳଖ ବିଜେପି ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ବିଜେପି ସରକାରଙ୍କ ତରବରିଆ ଲୋକଦେଖାଣିଆ କାମ ଉପରେ ପ୍ରଶ୍ନ ଉଠାଇବା ସହ ଆଗାମୀ ଦିନରେ ଡବଲ ଇଞ୍ଜିନର କଣ ଅବସ୍ଥା ହେଉଛି ଦେଖିବାକୁ ବାକି ରହିଲା ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଏବେ ରାଜନୀତିର ମାହୋଲ ସରଗରମ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *