ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ଶାହା

ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ଶାହା

ଏବେ ବି କମିନି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କ୍ରେଜ । ଓଡିଶା ସହ ଓଡିଶା ବାହାରେ ମଧ୍ୟ ନବୀନଙ୍କୁ ମନେପକାଉଛନ୍ତି ବଡ ବଡ ନେତା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଉ ମୁଖ୍ୟମନ୍ତ୍ରୀ ପଦରେ ନାହାନ୍ତି ସତ କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ସେ ଯେଉଁ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି , ଓଡିଶାବାସୀଙ୍କ ସୁଖଦୁଖରେ ଭାଗୀ ହୋଇଛନ୍ତି, ସେଥିପାଇଁ ଆଜି ବି ସେ ମନେପଡୁଥିବା ଖୋଦ ବିଜେପି ନେତା କହିଛନ୍ତିା ରାଜ୍ୟସଭା ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ନିଜର ବକ୍ତବ୍ୟ ରଖୁଥିଲେ । ଆଉ ଏହି ସମୟରେ ସେ ନବୀନଙ୍କୁ ମନେ ପକାଇଥିଲେ । ଖାଲି ମନେ ପକାଇନଥିଲେ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । କିଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ସଜାଗ ରହୁଥିଲେ ଏବଂ ସମସ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉଥିଲେ ସେ ସବୁ ସମ୍ପର୍କରେ ବଖାଣିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏବଂ ଓଡିଶାର ବାତ୍ୟା ପରିଚାଳନା ବ୍ୟବସ୍ଥା ମଧ୍ୟ ଅତି ଉଚ୍ଚକୋଟିର ବୋଲି କହି ଅନ୍ୟ ରାଜ୍ୟର ନେତା ମାନଙ୍କ ଆଗରେ ଓଡିଶାର ଗୁଣଗାନ କରିଥିଲେ । ଯେଉଁଥିରୁ ଆଜି ବି ନବୀନଙ୍କ ଓଡିଶାକୁ ପରିଚାଳନା କରିବାର କ୍ଷମତାକୁ ନେତା ମନେ ରଖିବା ସହ ତାଙ୍କ ଗୁରୁତ୍ୱପୂଣ୍ଣ ଅବଦାନ ସମ୍ପର୍କରେ ଆଲୋଚନା କରୁଥିବା ନଜର ଆସିଛି । ତେବେ ରାଜ୍ୟରେ ମଧ୍ୟ ନବୀନଙ୍କ ଗୁରୁତ୍ୱ ପୂର୍ବଭଳି ରହିଛି ବୋଲି ସେଥିରେ ସନ୍ଦେହ ନାହିଁ । ପୂର୍ବରୁ ଯେଉଁଭଳି ନବୀନ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରୁଥିଲେ ଏବେ ବି ସେହିଭଳି ହିଁ ପଦକ୍ଷେପ ସବୁ ନେଉଛନ୍ତି । ଏବଂ ରାଜ୍ୟବାସୀଙ୍କ ସୁବିଧା ସୁଯୋଗ ପାଇଁ କାର୍ଯ୍ୟ କରୁଛନ୍ତି । ଏବଂ ନବୀନଙ୍କ ଏହି ମନୋଭାବ ପାଇଁ ଆଜି ବି ସେ ସବୁଠି ପରିଚିତ ରହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *