ଶିକ୍ଷକଙ୍କ ନାଁରେ ଛାତ୍ରଛାତ୍ରୀଙ୍କ ସଙ୍ଗୀନ ଅଭିଯୋଗ…

ଶିକ୍ଷକଙ୍କ ନାଁରେ ଛାତ୍ରଛାତ୍ରୀଙ୍କ ସଙ୍ଗୀନ ଅଭିଯୋଗ…

ରାୟଗଡ଼ ଜିଲ୍ଲା ବିଷମକଟକ ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ( ଡିଆଇଟି) ଶିକ୍ଷାନୁଷ୍ଠାନରେ ଲାଗିଲା କଳଙ୍କର ଦାଗ। ଚାରିକାନ୍ଥ ଭିତରେ ରଖି ଛାତ୍ରୀଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଶରତଚନ୍ଦ୍ର ସେଠ ଦେଉଛନ୍ତି ‌ପ୍ରତାରଣା ଓ ଯୌନ ନିର୍ଯ୍ୟାତନା। ଗୁରୁ ଶିଷ୍ୟ ସମ୍ପର୍କରେ ପଡ଼ିଛି କଳଙ୍କିତ ଛିଟା । ଅନୁଷ୍ଠାନରେ ଶିକ୍ଷା ଓ ଦୀକ୍ଷା ଦେଇ ସଂସ୍କାରିତ କରିବା ବଦଳରେ ଖେଳିଯାଇଛି ଭୟର ବାତାବରଣ। ଏହାକୁ ପ୍ରତିବାଦ କରି ଏକାଧିକ ଛାତ୍ରୀ ବିଦ୍ୟାଳୟ ଚାରିକାନ୍ଥ ଛା9ଡି ଜିଲ୍ଲାପାଳଙ୍କ ନିକଟରେ ସମସ୍ୟା ଜଣାଇବାକୁ ଜିଲ୍ଲା ସଦର ମହକୁମାରେ ଆସି ପହଞ୍ଚିଛନ୍ତି। ନିଜ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ନାମରେ ଧରିଛନ୍ତି ଅଭିଯୋଗ ପତ୍ର। ଅଧ୍ୟକ୍ଷଙ୍କୁ ୨୧ଟି ଅଭିଯୋଗରେ ଅଭିଯୁକ୍ତ କରିଛନ୍ତି ତାଲିମ ନେଉଥିବା ଛାତ୍ରଛାତ୍ରୀ ମାନେ ।
ଅଧ୍ୟକ୍ଷ ଝିଅମାନଙ୍କୁ ଡକାଇ ଶାରୀରିକ ଓ ଯୌନ ନିର୍ଯ୍ୟାତନା ଦେଉଛନ୍ତି। ଏହି ଭଳି ଅଭିଯୋଗ ମଧ୍ୟରୁ କିଛି ଅଭିଯୋଗ ଯେଉଁଭଳି କି ନିଜ କୋଠରୀକୁ ଡାକି ଗୋଡ ମୋଡିବା ପାଇଁ ବାଧ୍ୟ କରୁଛନ୍ତି।
ନିଜ ପାଇଖାନା ମଧ୍ୟ ସଫା କରିବାକୁ କହୁଛନ୍ତି। ଛାତ୍ରୀଙ୍କ ଗାଧୁଆ ଘର ପାଖରେ ଲଗାଇଛନ୍ତି ସିସି କ୍ୟାମେରା।
ରାତିରେ ହଷ୍ଟେଲ ଭିତରକୁ ପସି ଆସୁଛନ୍ତି। କିଛି ଛାତ୍ରୀଙ୍କ ମୋବାଇଲକୁ ଅଶ୍ଳୀଳ ମେସେଜ ପଠାଇବା । ଏହିଭଳି ଅନେକ ଅଭିଯୋଗ ଆଣିଛନ୍ତି ଉକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ।
ଏ ନେଇ ଡି.ଆଇ.ଇ ଟି ଅଧ୍ୟକ୍ଷ ଶ୍ରୀ ସେଠଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଛାତ୍ର ଛାତ୍ରୀଙ୍କର ଉପସ୍ଥାନ 80 ପ୍ରତିଶତ ନଥିଲେ ସେମାନେ ପରୀକ୍ଷାରେ ପ୍ରବେଶ କରି ପାରିବେ ନାହିଁ , ତେଣୁ ଏଭଳି ଅଭିଯୋଗ କରି ଥାଇ ପାରନ୍ତି । ଶିକ୍ଷାନୁଷ୍ଠାନରେ ଏଭଳି ଅନେକ ଅଭିଯୋଗ ଯାହାକି ବର୍ତ୍ତମାନ ଶିକ୍ଷା ବିଭାଗର ଭବିଷ୍ୟତକୁ କେଉଁ ଦିଗକୁ ନେଇ ଯାଉଛି ତାହା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ବିଚାର କରିବେ ବୋଲି ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *