ANM ଦିଦିଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି..

ANM ଦିଦିଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି..

ଗଜପତି ଜିଲ୍ଲା ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଚୁଡ଼ଙ୍ଗପୁର ସେକ୍ଟର ବଡ଼ ସିନ୍ଧବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ନିଯୁକ୍ତି ପାଇଥିବା କିଛି ଆଶାକର୍ମୀଙ୍କୁ ବଡ଼ ସିନ୍ଧବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ( ANM) ସରୋଜିନୀ ବେହେରା ୨୦୧୭ ମସିହାଠାରୁ କର୍ମୀମାନଙ୍କୁ ବିଭିନ୍ନ ସମୟରେ ଜାତିଆଣ କଥା କହି ଆକ୍ଷେପ କରିବା, ଅସଦ୍ ବ୍ୟବହାର କରିବା, ମାସିକ ଦରମା କରିବା ପାଇଁ ୩ଶହ ଟଙ୍କା ଲେଖାଏଁ କର୍ମୀଙ୍କୁ ଲାଞ୍ଚ ମାଗିବା, ଲାଞ୍ଚ ନ ଦେଲେ ଚାକିରୀରୁ ନିଲମ୍ବନ କରିବା ପାଇଁ ଧମକ ଦେବା, ଭୟରେ କିଛି ଆଶାଦିଦି ANM ଦିଦିକୁ ତିନିଶହ ଟଙ୍କା ମାସିକ ଲାଞ୍ଚ ଦେଇଆସୁଥିବା ଯୋଗୁଁ ସେମାନଙ୍କ ଦରମା ପାସ୍ କରାଇବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆଶା କର୍ମୀ ସୁଜାତା ନାୟକ, ମାର୍ଥା ଶବର,ସେବତୀ ପାଇକ,ଶାନ୍ତି ମାଝୀ, ମିନତି ମାଝୀ ଓ ଫିଲିମିନା ମାଝୀ।ଆଜି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼କ୍ଟର ମହମ୍ମଦ ମୁବାରକ ଅଲ୍ଲୀ ତଦନ୍ତରେ ଆସିଥିବା ବେଳେ ତାଙ୍କୁ କୋହଭରା କଣ୍ଠରେ କାନ୍ଦି କାନ୍ଦି ଦୁଃଖ ଜଣାଇବା ସହିତ ଲିଖିତ ଅଭିଯୋଗ କରିଥିଲେ ଆଶାଦିଦି ସୁଜାତା ନାୟକ। ସେହିପରି ମହିଳା ସ୍ୱାସ୍ଥ୍ୟ କର୍ମୀ (ANM )ସରୋଜିନି ବେହେରାଙ୍କ ମନମୁଖୀ , ଜାତିଆଣ ଆକ୍ଷେପ, ସରକାରୀ କାର୍ଯ୍ୟରେ ସହଯୋଗ ନ କରିବା , ଦୁଃବ୍ୟବହାର ପ୍ରଦର୍ଶନ କରିବା ଆଦି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଅଙ୍ଗନାବାଡ଼ି କର୍ମୀ ପ୍ରେମିକା ପାଇକ ମଧ୍ୟ CDMOଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସଂପର୍କରେ CDMO ଡ଼କ୍ଟର ମହମ୍ମଦ ମୁବାରକ ଅଲ୍ଲୀ କହିଛନ୍ତି ତଦନ୍ତ କରି ANMଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅପରପକ୍ଷେ ,ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଥିବା ଚୁଡ଼ଙ୍ଗପୁର ସେକ୍ଟର ବଡ଼ସିନ୍ଧବା ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ବେହେରା ଚାକିରୀ କରୁଥିବା ବେଳେ ତାଙ୍କ ସ୍ୱାମୀ ପରିକ୍ଷୀତ ଦଳାଇ ଚୁଡ଼ଙ୍ଗପୁର ସେକ୍ଟରରେ ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ( ସୁପରଭାଇଜର୍ ) ଭାବେ ପ୍ରାୟ ୧୫ ବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି। ଗୋଟିଏ ସେକ୍ଟରରେ ଉଭୟେ ସ୍ୱାମୀ ଓ ସ୍ତ୍ରୀ ରହିଥିବା ଯୋଗୁଁ ଉଭୟଙ୍କର ମନମୁଖୀ ଓ ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉପରିସ୍ଥ ଅଧିକାରୀଙ୍କୁ ହାତବାରିସୀ କରି ମଧୁଚନ୍ଦ୍ରିକାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଭଳି କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଶୁଣିବାକୁ ମିଳୁଛି।

author

Related Articles

Leave a Reply

Your email address will not be published. Required fields are marked *