ଏହି ଦିନ ଠାରୁ…ବଦଳିଯିବ ସ୍ୱାସ୍ଥ୍ୟ କାର୍ଡର ରୂପରେଖ

ଏହି ଦିନ ଠାରୁ…ବଦଳିଯିବ ସ୍ୱାସ୍ଥ୍ୟ କାର୍ଡର ରୂପରେଖ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଆସିଛି ଏକ ବଡ ଅପଡେଟ୍ । ଖୁବଶୀଘ୍ର ବଦଳିଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରୂପରେଖ । ଏହା ସହ ରାଜ୍ୟବାସୀଙ୍କୁ ମିଳିବ ନୂଆ ସରକାରଙ୍କ ନୂଆ ସ୍ୱାସ୍ଥ୍ୟ କାର୍ଡ । ହଁ ଆଜ୍ଞା, ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା କିଛି ଯୋଜନାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ପୂର୍ବ ସରକାରଙ୍କ କିଛି ଯୋଜନା ରାଜ୍ୟରେ ଜାରି ରହିବ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଯେଉଁଥିରେ ନବୀନ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାମିଲ ରହିଥିଲା । ସାଧାରଣ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବା ପାଇଁ ଏହି ଯୋଜନା ଲାଗୁ କରାଯାଇଥିଲା । କିନ୍ତୁ ନୂଆ ସରକାର ଏ ଯୋଜନାକୁ ବଳ ବତ୍ତର ରଖିବେ ନା ଏହା ପରିବର୍ତ୍ତେ କିଛି ନୂଆ ଯୋଜନା ଆଣିବେ ତାକୁ ନେଇ କନଫ୍ୟୁଜନ ସୃଷ୍ଟି ହୋଇଥିଲା । କିନ୍ତୁ ପରବର୍ତୀ ସମୟରେ ମୋହନ ସରକାର ଏହି ଯୋଜନାକୁ ବଳବତ୍ତର ରଖିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ଏହା ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏହା ପରେ ବିଜେପିର ବଜେଟ ଉପସ୍ଥାପନ ଅନୁଯାୟୀ, ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ । ତେବେ ସେପ୍ଟେମ୍ବର ୧୦ରେ ବଜେଟର ଆପ୍ରୋପ୍ରିଏସନ ବିଲ୍ ପାସ୍ ହେବା ପରେ ନୂଆ କାର୍ଡ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଏବଂ ଏହି ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ରାଜ୍ୟର ସମସ୍ତଙ୍କୁ ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ଏହା ସହ ବିଏସକେଇ କାର୍ଡର ରୂପରେଖ ବଦଳିଯିବ । କିନ୍ତୁ ସେ ପର୍ଯ୍ୟନ୍ତ ବିଏସକେଇ କାର୍ଡ ରାଜ୍ୟରେ ଜାରି ରହିବା ସହିତ ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଏହା କାଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତିା

author

Related Articles

Leave a Reply

Your email address will not be published. Required fields are marked *