ବୁଡୁଛି ବିଜେଡିର ଭେଳା,ଚିନ୍ତାରେ ଶଙ୍ଖପତି !

ବୁଡୁଛି ବିଜେଡିର ଭେଳା,ଚିନ୍ତାରେ ଶଙ୍ଖପତି !

ବିଜେଡିକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି ଖୋଦ ଶଙ୍ଖପତି । ଦଳ ଫାଳ ଫାଳ ହେବାକୁ ବସିଥିବା ବେଳେ ଦଳକୁ ସଜାଡିବା ପାଇଁ ନବୀନ ନିବାସଠାରୁ ଯେ ଶଙ୍ଖ ଭବନ ପର୍ଯ୍ୟନ୍ତ ସବୁଠି ଚାଲିଛି ମାନସ ମନ୍ଥନ । ହଠାତ ରାଜ୍ୟସଭା ସାଂସଦ ପଦବୀରୁ ଓ ବିଜେଡିର ପ୍ରାଥମିକତା ସଦସ୍ୟତା ପଦବୀରୁ ମମତା ମହନ୍ତଙ୍କ ଇସ୍ତଫା ପରେ ବିଜେଡି ଶିବିରରେ ସୃଷ୍ଟି ହୋଇଛି କମ୍ପନ । କାହାକୁ କିଛି ଖବର ନଥାଇ ହଠାତ ମମତାଙ୍କ ଦଳ ଡିଆଁ ବିଜେଡିର ମୂଳଦୂଆ ବିଗିଡିଥିବାର ଆଭାସ ଦେଉଛି । ଦଳରେ ଅଲୋଡା ହେଉଛନ୍ତି ଏହାପରେ ଅନ୍ୟଦଳକୁ ଡିଆଁ ମାରୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ରଥୀ ମହାରଥୀଙ୍କ ଠାରୁ ଆରମ୍ଭ କରି ଯେ ଖୋଦ ଶଙ୍ଖପତି ମଧ୍ୟ ଧରାଶାୟୀ ହେଲେ । ବିଜେପିର ପରିବର୍ତ୍ତନ ନାରା ବିଜେପିକୁ ଭସାଇ ଦେଲା । ମମତାଙ୍କ ଦଳ ଡିଆଁ ଘଟଣାକୁ ନେଇ ବିଜେପି ଓ ବିଜେଡି ଉପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ବେଳେ ବିଜେଡିର ଅନ୍ତଃକନ୍ଦଳ ଚରମସୀମାରେ ପହଞ୍ଚିଲାଣି । ଦଳ ଛାଡିବା ପାଇଁ ଲାଇନ ଲାଗି ରହିଛନ୍ତି ବିଜେଡିର ଅନେକ ନେତା । କିନ୍ତୁ ନିଜ ଦଳର ଡ୍ୟାମେଜକୁ କଣ୍ଟ୍ରୋଲ କରିବା ପାଇଁ ସାମ୍ନାକୁ ଆସୁଛନ୍ତି ବିଜେଡିର ଆଗଧାଡିର ବିଧାୟକ ଓ ନେତା ମନ୍ତ୍ରୀ । ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରୁଛନ୍ତି ତା ସାଙ୍ଗକୁ ମୋହନ ସରକାରଙ୍କୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । ନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଇବାରେ ଲାଗିଥିଲା ଏହାପରେ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଚୁପ ବସିଗଲେ ବିଜେଡିର ବଡ ବଡୁଆ କିନ୍ତୁ ଏବେ ଜଣେ ପରେ ଜଣେ ବରିଷ୍ଠ ନେତାଙ୍କ ଦଳ ଡିଆଁ ପରେ ବିଜେଡିର ଅନ୍ତଃକନ୍ଦଳ ଜଳ ଜଳ ହୋଇ ବାହାରକୁ ଦେଖାଯାଉଛି । ତେବେ ଦେଖିବାକୁ ଅପେକ୍ଷା ମମତାଙ୍କ ପରେ ବିଜେପି ଜାଲରେ ଶିକାର ହେଉଛନ୍ତି କେଉଁ ନେତା ।

author

Related Articles

Leave a Reply

Your email address will not be published. Required fields are marked *