ସଂଯୁକ୍ତାଙ୍କୁ ମିଳିବ ନ୍ୟାୟ…ବିଜେଡି ନେତା ଶ୍ରୀକାନ୍ତଙ୍କୁ ଜେଲ ପଠାଇବେ ମୋହନ !

ସଂଯୁକ୍ତାଙ୍କୁ ମିଳିବ ନ୍ୟାୟ…ବିଜେଡି ନେତା ଶ୍ରୀକାନ୍ତଙ୍କୁ ଜେଲ ପଠାଇବେ ମୋହନ !

ପୁଣି ତେଜିଲା ପୋଲସରାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଶ୍ରୀକାନ୍ତ ସାହୁଙ୍କ ଅଡୁଆ । ବିଜୁ ଜନତା ଦଳ ମହିଳା ମୋର୍ଚ୍ଚାର ପୂର୍ବତନ ଉପସଭାପତିଥିବା ସଂଯୁକ୍ତା ମହଲ ଓ ଶ୍ରୀକାନ୍ତ ସାହୁଙ୍କ ସମ୍ପର୍କକୁ ନେଇ ହୁଲସ୍ତୁଲ ହେଉଥିଲା ରାଜ୍ୟ ରାଜନୀତି । ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ସଂଯୁକ୍ତା ମହଲ । ସେ ଯେତେ ଗୁହାରୀ କରିଥିଲେ ସୁଦ୍ଧା ତାଙ୍କ କଥା କେହି ଶୁଣିନଥିଲେ । ପୋଲିସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ମଧ୍ୟ ବିଜେଡିର ଛତ୍ରଛାୟା ତଳେ ଲୁଚି ରହୁଥିଲା ଶ୍ରୀକାନ୍ତଙ୍କ ସମସ୍ତ କଳାକାର୍ନାମା । ପୂର୍ବତନ ବିଧାୟକ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ କିନ୍ତୁ ତାଙ୍କୁ ସ୍ତ୍ରୀର ମାନ୍ୟତା ଦେଇନଥିଲେ । ଯେଉଁଥିପାଇଁ ଦାବି କରି ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କୁ ଜେଲ ଯିବା ପାଇଁ ପଡିଥିଲା । ନିଜର ଦୁଃଖ ଜଣାଇବା ପାଇଁ ଏବଂ ସମସ୍ୟାର ସମାଧାନ ପାଇଁ ପୂର୍ବର ସରକାରଙ୍କୁ ନା ଦେଖା କରିପାରୁଥିଲେ ନା ନିଜର ନ୍ୟାୟ ମାଗି ପାରୁଥିଲେ । କିନ୍ତୁ ଏବେର ଚିତ୍ର କିଛି ଅଲଗା । କାହିଁକିନା ବିଜେପିରେ ସାମିଲ ହେଲେ ସଂଯୁକ୍ତା ମହଲ । ଏବେ ଖୋଲିବ ଶ୍ରୀକାନ୍ତଙ୍କ ଅସଲ ମୁଖା । ପୂର୍ବର ନବୀନ ସରକାରଙ୍କୁ ନିଜର ଦୁଃଖ ଜଣାଇବାରେ ଅସଫଳ ହେବା ପରେ ସେ ଏବେ ମୋହନ ସରକାରଙ୍କ ପାଖକୁ ଆସୁଛନ୍ତି । ଜନତାଙ୍କ ନେତା ସାଜିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଂଯୁକ୍ତାଙ୍କୁ ଉଚିତ ନ୍ୟାୟ ଦେବେ ବୋଲି ଚର୍ଚ୍ଚା ହେଉଛି । ଅଭିଯୋଗ ପ୍ରକୋଷ୍ଠରେ ଜନତାଙ୍କ ଅଭିଯୋଗ ଶୁଣୁଥିବା ମୋହନ ସରକାର ଏବେ ସଂଯୁକ୍ତା ମହଲଙ୍କୁ ଉଚିତ ନ୍ୟାୟ ଦେବେ । ଖୁବଶୀଘ୍ର ବିଜେଡି ନେତାଙ୍କ କେଳେଙ୍କାରୀର ପର୍ଦାଫାସ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

author

Related Articles

Leave a Reply

Your email address will not be published. Required fields are marked *