କଡ ଲେଉଟାଇଲେଣି ଦଳ ଡିଆଁ ନେତା !

କଡ ଲେଉଟାଇଲେଣି ଦଳ ଡିଆଁ ନେତା !

ପୁଣି ଅସ୍ଥିର ହେଲେଣି ଦଳ ଡିଆଁ ନେତା । ନିର୍ବାଚନ ପୂର୍ବରୁ ଯେଉଁଭଳି ଅନ୍ୟ ଦଳକୁ ଡିଆଁମାରିବା ପାଇଁ ରେଡୀ ହେଉଥିଲେ ନିର୍ବାଚନ ପରେ ମଧ୍ୟ ସେହି ଟ୍ରେଣ୍ଡ ପୁଣି ରିଟର୍ଣ୍ଣ କରିବ ବୋଲି ଆଶଙ୍କା କରାଯାଉଛି । ତେବେ ଯେଉଁମାନେ ବିଜେଡି ଛାଡି ବିଜେପିକୁ ଆସିଛନ୍ତି ସେମାନେ ଲାଭରେ ରହିଥିବା ବେଳେ ଯେଉଁମାନେ ବିଜେପି ଛାଡି ଅନ୍ୟ ଦଳକୁ ଆସିଛନ୍ତି ସେମାନଙ୍କ ରାଜନୈତିକ ଭବିଷ୍ୟତ ଏବେ ଛକାପଞ୍ଜାରେ ପଡିଛି । ନିଜ ଦଳରେ ଅସନ୍ତୁଷ୍ଟ ବ୍ୟକ୍ତ କରି ସେମାନେ ବିଜେଡିକୁ ଆସିଥିଲେ । ଏବଂ ଟିକେଟ ମଧ୍ୟ ହାତେଇଥିଲେ । କିନ୍ତୁ ଶେଷରେ ପରାଜୟ ବରଣ କରିଥିଲେ । ଆଉ ଏବେ ସେମାନେ କରିବେ କଣ, ତାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ଯେଉଁଥିରେ ବାପି ସର୍ଖେଲ , ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର ସାମିଲ ହୋଇଛନ୍ତି । ବାପି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇନଥିଲେ ମଧ୍ୟ ସେ ପରୋକ୍ଷରେ ବିଜେଡିକୁ ସମର୍ଥନ କରୁଥିଲେ । କିନ୍ତୁ ବିଜେଡି ହାରିବା ପରେ ଏବେ ସେ ପୁଣି ନିଜ ଦଳକୁ ଫେରିଯିବାର ସମ୍ଭାବନା ବଢିବଢି ଚାଲିଛି । ସେହପରି ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭୃଗୁ ବକ୍ସିପାତ୍ର ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିକୁ ଆସିଥିଲେ । ଦଳରେ ତାଙ୍କୁ ଗୁରୁତ୍ୱ ମିଳୁନଥିବା ଅଭିଯୋଗ କରି ସେ ଶଙ୍ଖ ଭବନରେ ଏଣ୍ଟ୍ରି କରିଥିଲେ । ଏବଂ ଟିକେଟ ମଧ୍ୟ ହାତେଇଥିଲେ । କିନ୍ତୁ ଶେଷରେ ପରାଜୟର ସ୍ୱାଦ ଚାଖିଥିଲେ । ଏବଂ ନିର୍ବାଚନ ପୂର୍ବରୁ ନେଇଥିବା ପଦକ୍ଷେପକୁ ନେଇ ଏବେ ଭିତରେ ଭିତରେ ଅନୁତାପ କରୁଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । ଏବଂ ଏମାନେ ଆଗାମୀ ଦିନରେ ଦଳ ଛାଡିବାର ସମ୍ଭାବନା ରହିଥିବା ଆକଳନ କରୁଛନ୍ତି । ତେବେ ଲେଖାଶ୍ରୀ ହାରିବା ପରେ ବି ନିଜ ମନୋବଳ ଭାଙ୍ଗିନାହାନ୍ତି । ନିର୍ବାଚନ ପୂର୍ବରୁ ଯେଉଁଭଳି ବିଜେପିକୁ ଆଟାକ କରୁଥିଲେ ଏବେ ବି ସେହିପରି ଆଟାକ କରୁଛନ୍ତି । ଏପରିକି ସୋସିଆଲ ମିଡିଆରେ ବି ବିଜେପି ନେତାଙ୍କୁ ଛାଡୁନାହାନ୍ତି । କିନ୍ତୁ ଭିତରେ ଭିତେର ସେ ଏଭଳି କିଛି ଯୋଜନା କରୁନଥିବେ ବୋଲି ତାହା କହିବା ଅସମ୍ଭବ । ତେବେ ଦେଖାଯାଉ ଏମାନଙ୍କ ଆଗାମୀ ପଦକ୍ଷେପ କଣ ରହୁଛି ଏବଂ ବିଜେଡିରେ ଏମାନଙ୍କ ଭବିଷ୍ୟତ କଣ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *