ପୁଣି ବଢିପାରେ ଆଳୁ ଦର

ପୁଣି ବଢିପାରେ ଆଳୁ ଦର

ପୁଣି ବଢିପାରେ ଆଳୁ ଦର । ଆଳୁ ଗଦିରେ ପୁଣି ଦେଖାଦେଲାଣି ଆଳୁ ସଙ୍କଟ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ନାହିଁ ପଯ୍ୟାପ୍ତ ପରିମାଣରେ ଆଳୁ । ଅନ୍ୟ ସହରରୁ ମଧ୍ୟ ଆଳୁ ସେତେ ପରିମାଣରେ ଆସୁନଥିବା ସୂଚନା ମିଳୁଛି । ଫଳରେ ପୁଣି ଥରେ ଖାଉଟିଙ୍କୁ ଆଳୁ ପାଇଁ ଟେନସନରେ ପଡିବା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଆମଦାନୀ ବନ୍ଦ ହେବା ପରେ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆସୁଛି । କିନ୍ତୁ ଏହା ବେଶି ଦିନ ରହୁନିା ଶୀଘ୍ର ପଚିଯାଉଥିବା ସୂଚନା ମିଳୁଛିା ଯାହାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ପଞ୍ଜାବରୁ ରାଜ୍ୟକୁ ଆଳୁ ଆସିବା ନେଇ କହିଛନ୍ତି । କିନ୍ତୁ ତାହା ସ୍ପଷ୍ଟ ହୋଇନି । ଏପଟେ ବଜାରରେ ଆଳୁ ସରିଆସୁଥିବା ଖବର ଆସିବା ପରେ ପୁଣି ଥରେ ଆଳୁ ଦର ବଢିପାରେ ବୋଲି କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *