କାନ୍ଦୁଛି ଓଡିଶା ହସୁଛନ୍ତି ମମତା

କାନ୍ଦୁଛି ଓଡିଶା ହସୁଛନ୍ତି ମମତା

କାନ୍ଦୁଛି ଓଡିଶା , ହସୁଛନ୍ତି ମମତା । ହଁ ଆଜ୍ଞା, ରାଜ୍ୟରେ ଆଳୁ ସଙ୍କଟ ଦେଖି ମନେମନେ ଖୁସି ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କାହିଁକି ନା କିଛି ଦିନର ବ୍ୟବଧାନରେ ରାଜ୍ୟରେ ପୁଣି ଆଳୁ ପାଇଁ ଖାଉଟି ହନ୍ତସନ୍ତ ହେଉଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ଦେଖି ମମତା ବେଶ୍ ଖୁସି ଥିବା କୁହାଯାଉଛି । କିଛି ଦିନ ପୂର୍ବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡିଶାକୁ ଆଳୁ ରପ୍ତାନୀ ବନ୍ଦ କରିଦେଇଥିବାରୁ ରାଜ୍ୟରେ ଆଳୁ ଟେନସନ ସୃଷ୍ଟି ହୋଇଥିଲା । କିନ୍ତୁ ପରବର୍ତୀ ସମୟରେ ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ସ୍ୱାଭାବିକ ହେଲା । ହେଲେ ବାରମ୍ବାର ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଓଡିଶା ନିର୍ଭର କରୁଥିବା ଏବଂ ପଶ୍ଚିମବଙ୍ଗ ଆଳୁ ରପ୍ତାନୀ କରିବାରେ ନିଜ ମନମାନୀ ଚଳାଉଥିବାରୁ ଏଥିରେ ଅସନ୍ତୁଷ୍ଟ ବ୍ୟକ୍ତ କରି ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଆମଦାନୀ ରାଜ୍ୟ ସରକାର ବନ୍ଦ କରିଦେଲେ । ଯାହା ଫଳରେ ପଶ୍ଚିମବଙ୍ଗକୁ ମଧ୍ୟ ଅନେକ କ୍ଷତି ସହ୍ୟ କରିବାକୁ ପଡିଥିଲା । କିନ୍ତୁ ଏବେ ପାଳି ଓଡିଶାର । ପଶ୍ଚମବଙ୍ଗରୁ ଆଳୁ ବନ୍ଦ କରି ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କଲେ । କିନ୍ତୁ ପଶ୍ଚିମବଙ୍ଗ ଆଳୁ ଏବଂ ଉତ୍ତରପ୍ରଦେଶ ଆଳୁ ଭିତରେ ଫରକ ନଜର ଆସିଲା । ଏବଂ ୟୁପି ଆଳୁ ଶୀଘ୍ର ନଷ୍ଟ ହୋଇଯାଉଥିବା ଖାଉଟି ଅଭିଯୋଗ ଆଣିଲେ । ଯାହାର ଉତ୍ତରରେ ଖାଦ୍ୟ ଯୋଗାଣମନ୍ତ୍ରୀ ଦରକାର ପଡିଲେ ପଞ୍ଜାବରୁ ଆଳୁ ଆସିବ ବୋଲି କହିଥିଲେ । କିନ୍ତୁ ତା ପରିବର୍ତ୍ତେ ୟୁପି ଆଳୁରେ ହିଁ ଖାଉଟିଙ୍କୁ ସନ୍ତୁଷ୍ଟ ହେବାକୁ ପଡୁଥିଲା । କିନ୍ତୁ ଏବେ ତ ଆଳୁ ଗଦିରେ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହୋଇଛି । ଓଡିଶାର ମୁଖ୍ୟ ଆଳୁ ଗଦି କଟକର ଛତ୍ରବଜାର ଏବଂ ଭୁବନେଶ୍ୱରର ଆଇଗିଣିଆ ଗଦିରେ ଆଳୁ ନଥିବା ସୂଚନା ମିଳିଛିା ଯାହାକୁ ନେଇ ବିଭିନ୍ନ ମହଲରୁ ଚିନ୍ତା ପ୍ରକାଶ ପାଇଛି । ଏପରିକି ଯେଉଁଠି ବି ଆଳୁ ଗଚ୍ଛିତ ରହିଛି ସେଠାରେ ରେଟ୍ ଶୁଣିଲେ ଗ୍ରାହକ ଫେରି ଆସୁଛନ୍ତି । କେଉଁଠି କିଲୋ ୫୦ ତ ଆଉ କେଉଁଠି କିଲୋ ପିଛା ୬୦ ଟଙ୍କା ରହିଥିବା କୁହାଯାଉଛି । ଏପଟେ କିନ୍ତୁ ଖାଦ୍ୟ ଯୋଗଣ ମନ୍ତ୍ରୀ କହୁଛନ୍ତି କି ଏବେ ବି ଆଳୁ ଦର ୩୦ରୁ ୩୫ ଭିତରେ ରହିଛି । ଏବଂ ଉତ୍ତର ପ୍ରଦେଶରୁ ଯେଉଁ ଆଳୁ ଆସୁଛି ତାହା ବହୁତ ଭଲ ବୋଲି ।

author

Related Articles

Leave a Reply

Your email address will not be published. Required fields are marked *