ଉପମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ଉପମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ନିର୍ବାଚନ ସରିବାର ୨ ମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେବି ପ୍ରାର୍ଥୀଙ୍କ ବିରୁଦ୍ଧରେ ହାଇକୋର୍ଟରେ ଅଭିଯୋଗ କରୁଛନ୍ତି ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ । ଯେଉଁଥିରେ ଏବେ ସାମିଲ ହୋଇଛନ୍ତି ଖୋଦ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ ହାଇକୋର୍ଟ ପଠାଇଛନ୍ତି ନୋଟିସ୍ । ତାଙ୍କଠାରୁ ପରାଜିତ ବିଜେଡି ପାର୍ଥି ସରୋଜ ମେହେର କରିଥିବା ମାମଲା ଆଧାରରେ ଏହି ନୋଟିସ କରିଛନ୍ତି କୋର୍ଟ । କେଭି ସିଂହଦେଓ ନିର୍ବାଚନ ସତ୍ୟପାଠ ସମ୍ପତ୍ତି ତାଲିକା ଭୁଲ ଦର୍ଶାଯାଇଥିବା ଦର୍ଶାଇ ବିଜେଡି ପାର୍ଥି ସରୋଜ ମେହେର୍ ମାମଲା ଦାଏର କରିଥିଲେ ।୨୦୨୪ ନିର୍ବାଚନରେ ସରୋଜ ମେହେର ପାଟଣାଗଡ ନିର୍ବାଚନ କ୍ଷେତ୍ରରୁ କେଭି ସିଂଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥିରେ ସେ ସିଂଦେଓଙ୍କଠାରୁ ୧୩୫୭ ଭୋଟରେ ହାରିଥିଲେ । କିନ୍ତୁ ନିଜ ହାରକୁ ସ୍ୱୀକାର ନକରି ସେ କେଭି ସିଂହଦେଓଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ତେବେ ଏହାର ଶୁଣାଣି କରି କେଭି ସିଂହଦେଓଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ ତାରିଖରେ ହେବ । ଏହି ଦିନ ମଧ୍ୟରେ ଉତ୍ତର ରଖିବାକୁ କେଭି ସିଂହଦେଓଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *