ମଦ୍ୟପାନ ନିଶାରେ ନିଜକୁ ଗୁଳି କରିଦେଲେ

ମଦ୍ୟପାନ ନିଶାରେ ନିଜକୁ ଗୁଳି କରିଦେଲେ

ବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଳରେ ପୋଲିସ କନେଷ୍ଟବଳଙ୍କ ବନ୍ଧୁକରୁ ଗୁଳି ଫୁଟି ଦୁଇ ମୃତ ଘଟଣା । ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ । ପ୍ରଥମେ ଶେଷଦେବକୁ ବାଜିଥିଲା ଗୁଳି ପରେ ପିଏସଓ ମନୋଜ ନିଜକୁ ନିଜେ ଗୁଳି କରିଥିବା ସ୍ପଷ୍ଟ କଲା ପୋଲିସ୍ । ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ସମ୍ୱଲପୁର ଆଇଜି ହିମାଂଶୁ ଲାଲ । ୧୭ ଜଣଙ୍କ ସାକ୍ଷ ଗ୍ରହଣ କରି ତଦନ୍ତ କରିଥିଲା ପୋଲିସ । ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ସୂଚନା। ପୋଲିସର ସୂଚନା ଅନୁସାରେ ଗତ ୬ ତାରିଖରେ ବିନିକା ଥାନା ଚୁଲିମାଲ୍ ଗାଁରେ ଘଟିଥିଲା ଅଘଟଣ । ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ମନୋଜ ଝାଙ୍କର ଚୁଳିମାଲ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହିତ ମଦ୍ୟପାନy କରିଥିଲେ । ଅତ୍ୟଧିକ ନିଶା ହୋଇଥିବାରୁ ସାଙ୍ଗରେ ଥିବା ତାଙ୍କ କକା ପୁଅ ଭାଇ ଶେଷଦେବ ମନୋଜଙ୍କ ସର୍ଭିସ୍ ରିଭଲବର୍ ଛଡ଼ାଇ ନେଇ ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାକୁ ଦେଖି ମନୋଜ ତାଙ୍କ ଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ପୁଣି ଏକ ଗୁଳି ଫାୟାର ହୋଇ ଶେଷଦେବଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେଠାରେ ସେ ଟଳି ପଡ଼ିଥିଲେ। ଏହା ଦେଖି ମନୋଜ ନିଜେ ନିଜକୁ ସୁଟ କରି ଦେଇଥିବା ତଦନ୍ତରୁ ଜଣା ପଡ଼ିଥିବା ପୋଲିସ ସୂଚନା ଦେଇଛି । ସେହି ସ୍ଥାନରୁ ୭ ଟା ଖୋକାy ମିଳିଥିବାବେଳେ ଦୁଇଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଘଟଣାରେ ଆଉ କାହାରି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି ପୋଲିସ । ତା ସହିତ ଅଧିକ ତଦନ୍ତ ଚାଲିଥିବା ମଧ୍ୟ ସୂଚନା ମିଳିଛି। ଏନେଇ ପଚିମାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରିମଲ୍ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି

author

Related Articles

Leave a Reply

Your email address will not be published. Required fields are marked *