ଲେଖାଶ୍ରୀ ଓ ପ୍ରମିଳାଙ୍କୁ ସରପ୍ରାଇଜ ଦେବେ ନବୀନ !

ଲେଖାଶ୍ରୀ ଓ ପ୍ରମିଳାଙ୍କୁ ସରପ୍ରାଇଜ ଦେବେ ନବୀନ !

କିଏ ସାଜିବ ନବୀନଙ୍କ ଛାଇ । ପାଣ୍ଡିଆନ ଓ ବବିଙ୍କ ଜାଗା ନେବାକୁ ବିଜେଡି ନେତା ଏବେ ଭିଡାଭଡି । ହଁ ଆଜ୍ଞା 24ବର୍ଷର ସାମ୍ରାଜ୍ୟର ପତନ ଘଟିବା ପରେ ବିଜେଡି ବ୍ୟାକଫୁଟକୁ ଯାଉଥିବା ନେଇ ଅନେକ ବୟାନବାଜି ସୃଷ୍ଟି ହେଉଛି । ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା ଏବଂ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ନବୀନଙ୍କ ଅଣଦେଖା ରାଜ୍ୟ ରାଜନୀତିକୁ ଚର୍ଚ୍ଚାକୁ ଟାଣିଛି । ନିଜ ଦଳକୁ ମଜଭୁତ କରିବା ପାଇଁ ସୁପ୍ରିମୋ ରାଜ୍ୟସ୍ତରୀୟ ସମସ୍ତ କମିଟିକୁ ଭାଙ୍ଗି ବଡ ଧରଣର ଅଦଳବଦଳ କରିଛନ୍ତି । ନୂଆ ନୂଆ କମିଟି ଗଠନ କରୁଛନ୍ତି ଦଳୀୟ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଉଛନ୍ତି । ବିଜେଡିରେ ବରିଷ୍ଠ ନେତାଙ୍କ ମଧ୍ୟରେ ଆଗରେ ରହିଛନ୍ତି ଦେବୀ ମିଶ୍ର ଅନ୍ୟପଟେ ନାରୀନେତ୍ରୀଙ୍କ ମଧ୍ୟରେ ଆଗରେ ରହିଛନ୍ତି ପ୍ରମିଳା ମଲ୍ଲିକ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।  ଭାରତୀୟ ଜନତା ପାର୍ଟି ସରକାରକୁ ଘେରିବାରେ ଏହି ଦୁଇ ନାରୀନେତ୍ରୀ ନେଇଛନ୍ତି ପ୍ରମୁଖ ଭୂମିକା । ଗୋଟିଏପଟେ ବିଜେଡିର କନ୍ଦଳ ଚରମସୀମାରେ ପହଞ୍ଚିଥିବା ଚର୍ଚ୍ଚା ହେଉଥିବା ବେଳେ ବବି ଏବେ ସମ୍ପୂର୍ଣ୍ଣ କ୍ଷମତା ହୀନ । ସେପଟେ ବିଜେଡିର ଦୁଇ ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ପ୍ରମିଳା ମଲ୍ଲିକ ଏବେ ସାଜିଛନ୍ତି ନବୀନଙ୍କ ପ୍ରିୟ । ଜଣେ ଭାରତୀୟ ଜନତା ପାର୍ଟିରୁ ବିଜେଡିକୁ ଡିଆଁ ମାରି ନବୀନଙ୍କ ପ୍ରିୟ ସାଜିଛନ୍ତି ତ ଅନ୍ୟଜଣେ ମୋଦି ଲହରକୁ ଭେଦ କରି ନିଜ ଗଡରେ ଶଙ୍ଖନାଦ କରି ନବୀନଙ୍କ ପ୍ରିୟ । ଖାଲି ସେତିକି ନୁହେଁ ମୋହନ ସରକାରଙ୍କୁ ଘେରିବାରେ ଦୁହେଁ ବିଜେଡିର ନାରୀନେତ୍ରୀ ଭାବରେ ମୁଖ୍ୟ ଭୂମିକା ନିଭାଉଛନ୍ତି ଯେଉଁଥିପାଇଁ ଏହି ଦୁଇ ନେତ୍ରୀଙ୍କୁ ବଡ ଉପହାର ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ପାଇଁ ସୁନାମୁଣ୍ଡା ସାଜିଥିବା ବିଜେଡିର ଏହି ଦୁଇ ନାରୀନେତ୍ରୀଙ୍କୁ ନବୀନ ବାବୁ କେୁଁ ଦାୟିତ୍ୱ ଦେଉଛନ୍ତି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *