ପାଣ୍ଡିଆନଙ୍କ ହେଲିକେପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ

ପାଣ୍ଡିଆନଙ୍କ ହେଲିକେପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ

ପୁଣି ତେଜିଲା ପାଣ୍ଡିଆନ ବିବାଦ । ହଁ ଦର୍ଶକବନ୍ଧୁ ବିଜେଡି ସରକାରରେ ଥିବାବେଳେ ସରକାରୀ ଅର୍ଥକୁ ପାଣି ଭଳିଆ ଖର୍ଚ୍ଚ କରୁଥିବା ଭିକେ ପାଣ୍ଡିଆନଙ୍କ ଉପରେ ନିଆଯାଇପାରେ କାର୍ଯ୍ୟାନୁଷ୍ଠାନ । ପାଣ୍ଡିଆନଙ୍କ ହେଲିକେପ୍ଟରରେ ଗସ୍ତକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ବୟାନ । ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ନୁହେଁ । ଆମ ସରକାର ଏ କଥାକୁ ପୁରା ନଜର ରଖିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଏନେଇ ତଦନ୍ତ ଚାଲିଛି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ଏହା ଏକ ପ୍ରକ୍ରିୟା, ହେଲିକପ୍ଟର କିଏ ନେଇ ପାରିବ ଏହାର ଏକ ବିଦ୍ଧି ଅଛି । ଯିଏ ଦୋଷ କରିଛି ତା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ।

author

Related Articles

Leave a Reply

Your email address will not be published. Required fields are marked *