ଓଡିଶା ବୁଲିବେ ନବୀନ ଅନାଇଥିବେ ମୋହନ !

ଓଡିଶା ବୁଲିବେ ନବୀନ ଅନାଇଥିବେ ମୋହନ !

ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟକୁ ଦୁଇମାସ ବିତିଯାଇଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ବିଜେଡିରେ ହୋଇଛି ବଡ ଧରଣର ପରିବର୍ତ୍ତନ । ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳକୁ ସୃଦୁଢ କରିବା ପାଇଁ ନୂଆ ନୂଆ ଟିମ ଗଠନ କରାଯାଉଛି । କିନ୍ତୁ ଦଳରେ ରହିଥିବା ଫାଟ ଜଳ ଜଳ କରି ବାହାରକୁ ଦେଖାଯାଉଛି । ଦଳୀୟ ନେତାଙ୍କ ଅସନ୍ତୋଷ ବିଜେଡିରେ ଅଧିକା ଫାଟ ସୃଷ୍ଟି କରୁଛି । ତେବେ ଗତକିଛି ଦିନ ଦେବୀ ମିଶ୍ରଙ୍କ ନେତ୍ୱତ୍ୱରେ ଏକ 15 ଜଣିଆ ଟିମ ଗଠନ କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଏବଂ ପୁଣିଥରେ ଗତକାଲି ନେଇଛନ୍ତି ଏକ ବଡ ନିଷ୍ପତ୍ତି । ବିରୋଧି ଦଳ ନେତା ଭାବେ ସାରା ରାଜ୍ୟ ବୁଲିବେ ନବୀନ ପଟ୍ଟନାୟକ । ହଁ ଆଜ୍ଞା କଥା ଟା ଆଶ୍ଚଯ୍ୟ ଲାଗୁଥିଲେ ବି ସତ । ଗତକାଲି ଏପରି କିଛି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧି ଦଳ ନେତା ଭାବେ ସାରା ରାଜ୍ୟ ବୁଲି ରାଜ୍ୟର ସ୍ଥିତି ଉପରେ ଅନୁଧ୍ୟାନ କରିବେ । ରାଜ୍ୟସାରା ବୁଲି ସ୍ଥିତି ପରଖିବା ସହ ନିଜର ସଙ୍ଗଠନକୁ ମଜଭୁତ କରିବା ପାଇଁ ଏପରି କିଛି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପଟେ ନବୀନଙ୍କ ଏଭଳି ନିଷ୍ପତ୍ତିକୁ କଡା ସମାଲୋଚନା କରିଛି ଶାସକ ଦଳ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନବୀନଙ୍କୁ କଟାକ୍ଷ କରି କହିଛନ୍ତି ଯେ ଦୀର୍ଘ 24 ବର୍ଷ ହେବ ନବୀନ ବାବୁ ଓଡିଶାକୁ ଯେମିତି ରଖିଛନ୍ତି ନିଶ୍ଚିତ ଭାବେ ଦେଖିବା ଉଚିତ । ସେପଟେ ମୋହନ ସରକାରଙ୍କୁ ପଛରେ ପକାଇବା ପାଇଁ ନବୀନ ବାବୁ ଏଭଳି କିଛି ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ଶାସକ ଶିବିରରେ ଆଲୋଚନା ଚାଲିଛି । ତେବେ ଦେଖିବାକୁ ବାକି ଶାସକ ଦଳକୁ ଟକ୍କର ଦେବା ପାଇଁ ନବୀନଙ୍କ ଏଭଳି ରଣନୀତି ରାଜ୍ୟ ରାଜନୀତିରେ କେଉଁ ମୋଡ ଆଣୁଛି ।

author

Related Articles

Leave a Reply

Your email address will not be published. Required fields are marked *