ପାଣ୍ଡିଆନଙ୍କ ଫାଇଲ ଖୋଲିଲେ ମୋହନ….

ପାଣ୍ଡିଆନଙ୍କ ଫାଇଲ ଖୋଲିଲେ ମୋହନ….

ପାଣ୍ଡିଆନଙ୍କ ଫାଇଲ ଖୋଲିବେ ମୋହନ ସରକାର । ହଁ ଆଜ୍ଞା ସାଧାରଣ ନିର୍ବାଚନ ପୂର୍ବରୁ ହେଲିକେପ୍ଟରରରେ ଘିରି ଘିରି ବୁଲି ହେଲିକେପ୍ଟର ବୟ ସାଜିଥିବା ପାଣ୍ଡିଆନଙ୍କୁ ବାଜିବ ମୋହନଙ୍କ ଛାଟ । ନିର୍ବାଚନ ପୂର୍ବରୁ ଅଭିଯୋଗ ଶୁଣିବା ନାଁ ପାଣ୍ଡିଆନ ଯେଉଁ ହେଲିକେପ୍ଟରରେ ବୁଲୁଥିଲେ ତାହାର ହେବ ତଦନ୍ତ । ପାଣ୍ଡିଆନଙ୍କ ଉଡାଣ ଟଙ୍କାରେ ଖର୍ଚ୍ଚ ହୋଇଛି ପାଣି ଭଳିଆ ପଇସା । କାହା ପଇସାରେ ବୁଲୁଥିଲେ ଭିକେ ପାଣ୍ଡିଆନ ।  ଫେବୃୟାରୀ 2020ରୁ ଡିସେମ୍ୱର 2023 ପର୍ଯ୍ୟନ୍ତ କେତେବେଳେ 5ଟି ସଚିବ ତ କେତେବେଳେ 5ଟି ଅଧକ୍ଷ ହୋଇ ଜିଲ୍ଲାରୁ ଜିଲ୍ଲାକୁ କରୁଥିଲେ ଭ୍ରମଣ । ଆଉ କହୁଥିଲେ ନବୀନଙ୍କ ନିର୍ଦ୍ଦେଶରେ ଜିଲ୍ଲା ଭ୍ରମଣ କରୁଛନ୍ତି ଏବଂ ଲୋକଙ୍କ ଅଭିଯୋଗ ପତ୍ର ସଂଗ୍ରହ କରୁଛନ୍ତି । କିନ୍ତୁ ରାଜ୍ୟରେ ନୂଆ ବିଜେପି ସରକାର ହେବା ପରେ ଓଡିଶା ରାଜନୀତିରୁ ଲିଭି ଯାଇଥିଲା ପାଣ୍ଡିଆନ ଫର୍ଦ୍ଦ । କିନ୍ତୁ ପୁଣିଥରେ ରାଜ୍ୟରେ ପାଣ୍ଡିଆନଙ୍କ ପୁରୁଣା ଫାଇଲ ଖୋଲିଛନ୍ତି ମୋହନ ସରକାର । ହେଲିକପ୍ଟରରେ ବୁଲୁଥିଲେ ଏବଂ କେତେଟଙ୍କା ଖର୍ଚ୍ଚ ହୋଇଛି ତାରା ଏବେ ତଦନ୍ତ ହେବ । ରାଜକୋଷରୁ କୋଟି କୋଟି ଟଙ୍କା ଅପବ୍ୟୟ କରାଯାଇଛି ବୋଲି ମନ୍ତବ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆହୁରି ମଧ୍ୟ କହିଛନ୍ତି କେଉଁମାନେ ହେଲିକେପ୍ଟର ନେଇ ଯାଇପାରିବେ ତାହାର ବିଧି ରହିଛି ଯିଏ ଏହାକୁ ଉଲ୍ଲଘଂନ କରିଥିବ ତାହା ବିରୁଦ୍ଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଆରଟିଆଇ କର୍ମୀଙ୍କ ବୟାନ ଅନୁଯାୟୀ ଭିକୋ ପାଣ୍ଡିଆନ ଯେଉଁ ହେଲିକେପ୍ଟରରେ ଗସ୍ତ କରୁଥିଲେ ଯାହା ଖର୍ଚ୍ଚ ହେଉଥିଲା ତାରା କୌଣସି ତଥ୍ୟ ନାହିଁ । କାହା ପାଖରେ ବି ଏ ନେଇ ତଥ୍ୟ ନଥିବା ସୂଚନା ଆସିଛି । ତେବେ ଏଠି ପ୍ରଶ୍ନ କାହିଁକି ପାଣ୍ଡିଆନଙ୍କ ହେଲିକେପ୍ଟର ଗସ୍ତର ଖର୍ଚ୍ଚ । ପୋଲ ଖୋଲିଯିବା ଡରରେ ପୂର୍ବ ସରକାର ଏହାକୁ ଲୁଚାଇ ରଖିଛନ୍ତି କି ଏଭଳି ଅନେକ ପ୍ରଶ୍ନ ରାଜ୍ୟ ରାଜନୀତିରେ ଉଙ୍କି ମାରୁଛି । ତେବେ ଦେଖିବାକୁ ଅପେକ୍ଷା ଏତେ ଦ୍ୱନ୍ଦ୍ୱ ଭିତରେ କେବେ ମିଳୁଛି ପାଣ୍ଡିଆନଙ୍କ ହେଲିକେପ୍ଟର ଗସ୍ତ ଖର୍ଚ୍ଚର ହିସାବ ।

author

Related Articles

Leave a Reply

Your email address will not be published. Required fields are marked *