ଆଦିବାସୀ ଦିବସରେ ନେତା-ମନ୍ତ୍ରୀଙ୍କ ସମାଗମ

ଆଦିବାସୀ ଦିବସରେ ନେତା-ମନ୍ତ୍ରୀଙ୍କ ସମାଗମ

ରାୟଗଡା ସହରର ଚାରି ପଟରୁ ଆଦିବାସୀ ପୁରୁଷ ମହିଳା ଓ ଯୁବକ ମାନେ ପାରମ୍ପରିକ ସଙ୍ଗୀତ ନୁତ୍ୟ ପରିବେଷଣ କରି ଆଦିବାସୀ ଲୋକ ମାନେ ବିଶାଳ ଶୋଭାଯାତ୍ରାରେ ବାହାରି ସାରା ସହର ପରିକ୍ରମା କରି ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ପହଁଚି ଥିଲେ। ଆମ୍ବେଦକର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅଳଙ୍କାର କରି ଜିଶିଡି ବିଦ୍ୟାଳୟ ପଡିଆରେ ପହଞ୍ଚି ସେଠାରେ ପୂର୍ବରୁ ଆୟୋଜିତ କରାଯାଇ ଥିବା ବିଶାଳ ଶୋଭାରେ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥି ମାନେ ବିଶ୍ୱ ଆଦିବାସୀ ଦିବସର ପ୍ରମୁକ୍ଷ ଉଦେଶ୍ୟ ଓ ଏହାର ଏକ ସ୍ୱତନ୍ତ୍ର ଭିତିଭୂମି କୁ ପୁଙ୍ଖାନୁପୁଙ୍ଖ ଭାବେ ନିଜ ନିଜ ବକ୍ତବ୍ୟ କ୍ରମେ ଆଲୋକପାତ କରିଥିଲେ ଏବଂ ବିଶ୍ୱର ପ୍ରତିଟି କୋଣରେ ଆଦିମ ବାସୀ ଅର୍ଥାତ ଆଦିବାସୀ ଜନଜାତି ବସବାସ କରିଛି,କିନ୍ତୁ ସେମାଙ୍କର ସଂସ୍କୃତି,ପରମ୍ପରା ଆଜି ପାଶ୍ଚାତ୍ୟ ଯୁଗରେ କ୍ଷ୍ୟୁର୍ଣ କରାଯାଉଛି। ଆଦିବାସୀଙ୍କ ମୌଳିକ ଅଧିକାର, ସେମାନଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ଓ ଆର୍ଥିକ ପରିସ୍ଥିତି କିପରି ସୁଦୃଢ ହେବ ଏବଂ ତାଙ୍କ କଳା, ସଂସ୍କୃତି,ଭାଷା, କୃଷି ଭଳି ବିଭିନ୍ନ ବିଷୟକୁ କେଉଁ ଭଳି ଜୀବିତ ରଖାଯାଇ ପାରିବ ଏହାରି ବିଷୟରେ ଆଲୋକପାତ କରାଯାଇ ଥିଲା।
ଆନ୍ତର୍ଜାତୀୟ ବିଶ୍ବ ଆଦିବାସୀ ଦିବସ ଉପଲକ୍ଷେ ରାୟଗଡା ଜିଲ୍ଲାର ହଜାର ହଜାର ଆଦିବାସୀ ଲୋକ ଜିଶିଡି ବିଦ୍ୟାଳୟ ପଡିଆରେ ଏକତ୍ରିତ ହୋଇ ପ୍ରଥମେ ତାଙ୍କ ଇଷ୍ଟ ଦେବତା ଧରତି ପେନୁଙ୍କୁ ଆରାଧନା କରି ଶୋଭା କାର୍ଯ୍ଯ ଆରମ୍ଭ କରିଥିଲେ। ମଞ୍ଚକୁ ପରିଚାଳନା ବିଜୟ କୁମାର ମେଲେକା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ କାଡ୍ରକା ଆପଲ ସ୍ବାମୀ , ପୁର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି, ପୁର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା, ଗଙ୍ଗା ମାଣ୍ଡାଙ୍ଗି ଓ ପ୍ରମୁଖ ଆଦିବାସୀ ବହୁଳ ନେତା ମାନେ ଉପସ୍ଥିତ ରହି ଶୋଭାକୁ ସଫାଲ୍ୟ ମଣ୍ଡିତ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *