ବିଜେଡିରେ କେଉଁଠି ଅଛନ୍ତି ରାଜୁ ଦାସ ?

ବିଜେଡିରେ କେଉଁଠି ଅଛନ୍ତି ରାଜୁ ଦାସ ?

କୁଆଡେ ଗଲେ ବିଜେଡି ନେତା ରାଜୁ ଦାସ ଓରଫ ରାଜେନ୍ଦ୍ର ଦାସ । ପୁଣି ଦଳରେ କୋଣଠେସା ହୋଇଗଲେ କି ରାଜୁ । ଏଭଳି କିଛି ଆଶଙ୍କା ଏବେ ବଢି ବଢି ଚାଲିଛି । କାରଣ ଧାମନଗରର ପୂବତନ ବିଧାୟକ ରାଜୁ ଦାସଙ୍କୁ କୌଣସି ବିଜେଡି କାଯ୍ୟକ୍ରମରେ ଦେଖିବାକୁ ମିଳୁନି । ଏପରିକି ହାରିବା ପରେ ଦଳୀୟ ନେତାଙ୍କ ଲାଇନ ନବୀନ ନିବାସରେ ଲାଗୁଥିବା ବେଳେ ସେତେବେଳେ ମଧ୍ୟ ରାଜୁଙ୍କୁ ଦେଖିବାକୁ ମିଳିନଥିଲା । ଆଉ ଏବେ ଦଳୀୟ କର୍ମୀଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ବଣ୍ଟା କାଯ୍ୟକ୍ରମ ଚାଲିଥିବା ବେଳେ ସେଥିରେ ମଧ୍ୟ ରାଜୁ ଦାସ ବାଦ ପଡିଛନ୍ତିା ତାଙ୍କୁ କୌଣସି ବି ଦାୟିତ୍ୱ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ସୂଚନା ମିଳିଛି । ଯାହାକୁ ନେଇ ଆଶଙ୍କା କରାଯାଉଛି ଯେ, ରାଜୁ ପୂର୍ବ ପରି ଦଳରେ କୋଣଠେସା ହୋଇଯାଇଛନ୍ତି । ଏବଂ ବିଜେଡିକୁ ରିଟର୍ଣ୍ଣ କରିବା ପରେ ବି ତାଙ୍କ ଗୁରୁତ୍ୱ ସେତେଟା ନଥିବା ଆକଳନ କରାଯାଉଛି । ତେବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୨୦୨୨ ଧାମନଗର ଉପନିର୍ବାଚନ ସମୟରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଏବଂ ସ୍ୱାଧୀନ ଭାବେ ଧାମନଗର ମଇଦାନକୁ ଓହ୍ଲାଇଥିଲେ । ହେଲେ ହାରିଯାଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ଟିକେଟ ଆଶାରେ ସେ ବିଜେପିକୁ ଯାଇଥିଲେ । କିନ୍ତୁ ତାଙ୍କ ଆଶା ନିରାଶାରେ ବଦଳିଯିବାରୁ ସେ ପୁଣି ବିଜେଡିକୁ ୟୁଟର୍ଣ୍ଣ କଲେ । କିନ୍ତୁ ଟିକେଟ ବଦଳରେ ସେ ନିଜ ଦଳୀୟ କର୍ମୀଙ୍କୁ ସାହାଯ୍ୟ କଲେ । କିନ୍ତୁ ପୁଣି ଥରେ ଦଳର ଭରସା ଜୁଟାଇବାରେ ସଫଳ ହେଲେନି । ଯାହାର ଉଦାହରଣ ତାଙ୍କୁ କୌଣସି ଦଳୀୟ ଦାୟିତ୍ୱ ନମିଳିବାରୁ ସ୍ପଷ୍ଟ ହୋଇପଡୁଛି । ତେବେ ଦେଖାଯାଉ କେବେ ରାଜୁ ଦାସଙ୍କୁ ନବୀନ କିଛି ଗୁରୁ ଦାୟିତ୍ୱ ହସ୍ତାନ୍ତର କରୁଛନ୍ତି ଏବଂ ସେ ପୁଣି ବିଜେଡିରେ ସକ୍ରିୟ ହେଉଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *