ଫସିଲେ ଅରୁଣ ହାତରୁ ଖସିବ ବିଧାୟକ ପଦବୀ !

ଫସିଲେ ଅରୁଣ ହାତରୁ ଖସିବ ବିଧାୟକ ପଦବୀ !

ଦୋଛକିରେ ନୟାଗଡ ବିଧାୟକ ଅରୁଣ ସାହୁ । ହଁ ଆଜ୍ଞା ନବୀନଙ୍କ ପାଇଁ ସୁନାମୁଣ୍ଡା ସାଜିଥିବା ଅରୁଣ ସାହୁଙ୍କୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । 24 ବର୍ଷର ଆଞ୍ଚଳିକ ଦଳ ବିଜେଡି ଏବେ ଯେଉଁ ସଙ୍କଟାପନ୍ନ ପରିସ୍ଥିତି ଦେଇ ଗତି କରୁଛି ତାହା ତ ସମସ୍ତଙ୍କୁ ଜଣା । ବଡ ବଡ ରଥୀ ମହାରଥୀଙ୍କ ପରାଜୟ ସାଙ୍ଗକୁ ଖୋଦ ଶଙ୍ଖପତି ଧରାଶାୟୀ ହୋଇଛନ୍ତି । କିନ୍ତୁ ବିଧାନସଭାରେ ମାତ୍ର 51ଟି ସିଟ ହାସଲ କରିଥିବା ବିଜେଡିକୁ ପୁଣି ଝଟକା । ହାରୁ ହାରୁ ଜିତୁଥିବା ବିଧାୟକ ମାନଙ୍କ ମଧ୍ୟରେ ରହିଛନ୍ତି ବିଜେଡିର ନୟାଗଡ ବିଧାୟକ ଅରୁଣ ସାହୁ । ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଠାରୁ ଖୁବ କମ ଭୋଟ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଛନ୍ତି ଅରୁଣ ସାହୁ । ଆଉ ଏବେ ଅରୁଣଙ୍କୁ ବାଜିଛି ହାଇକୋର୍ଟର ଛାଟ । ନିଜର ନିର୍ବାଚନୀ ସତ୍ୟପାଠ ଦାଖଲ ସମୟରେ ଅପରାଧିକ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ଯାହାପରେ ହାଇକୋର୍ଟରୁ ଅରୁଣଙ୍କୁ ନୋଟିସ ଜାରି କରାଯାଇଛି । ଅନ୍ୟପଟେ ଲଗାତାର ଭାବେ ନୟାଗଡରୁ ହ୍ୟାଟ୍ରିକ କରିଆସୁଥିବା ଅରୁଣ ସାହୁ ଚଳିତ ପୂର୍ବର ବିଜେଡି ସରକାରଙ୍କ ଛତ୍ରଛାୟା ତଳେ ନିଜର କୁକର୍ମକୁ ଘୋଡାଇ ରଖିଥିଲେ କିନ୍ତୁ ଚର୍ଚ୍ଚା ହେଉଚି ଏବେ ହେବ ସେ ସବୁର ଖୁଲୁସା । ବିଜେଡି ସରକାର ଯିବା ପରେ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି ଅରୁଣଙ୍କ ଗର୍ବ । ଏବେ ତାଙ୍କ ଦୁର୍ନିୀତିର ପେଡି ଖୋଲିବ । ସେଇଥିପାଇଁ ତ ଅରୁଣଙ୍କ ପଛରେ ପଡିଯାଇଚନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ଗୁମର ଖୋଲିବେ ଏବଂ ଅରୁଣଙ୍କୁ ବିଧାନସଭାରୁ ତଡିବେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ନୟାଗଡରେ ପରୀ ହତ୍ୟାକାଣ୍ଡ ମାମଲାରେ ଅରୁଣଙ୍କ ହାତଥିବା ବହୁ ଚର୍ଚ୍ଚା ହୋଇଥିଲା କିନ୍ତୁ ବିଜେଡି ପାୱାରରେ ଧରାକୁ ସରା ମଣୁଥିବା ଅରୁଣ ନବୀନଙ୍କ ଛତ୍ରଛାୟା ତଳେ ନିଜର କଳାକାର୍ନାମାକୁ ଲାଚାଇ ରଖିଥିଲେ । ସେପଟେ ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ନବୀନଙ୍କ ପାଇଁ ସୁନାମୁଣ୍ଡା ସାଜିଛନ୍ତି ଅରୁଣ ସାହୁ । ତେବେ ଅରୁଣଙ୍କୁ ହାଇକୋର୍ଟରୁ ନୋଟିସ ଆସିବା ପରେ ତାଙ୍କ ରାଜନୈତିକ ଜୀବନରେ କେଉଁ ମୋଡ ଆସିବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *