ସାମ୍ବାଦିକ ସମ୍ମିଳନୀ କରି ଅନାସ୍ଥା ପ୍ରସ୍ତାବକୁ ନେଇ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଋତୁ କଣ୍ଟା

ସାମ୍ବାଦିକ ସମ୍ମିଳନୀ କରି ଅନାସ୍ଥା ପ୍ରସ୍ତାବକୁ ନେଇ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଋତୁ କଣ୍ଟା

କୋରାପୁଟ ଜ଼ିଲ୍ଲା ସୁନାବେଡ଼ା ପୌର ପରିଷଦ ଉପାଧ୍ଯକ୍ଷା ରିତୁ କଣ୍ଟାଙ୍କୁ ବହିଷ୍କାର କରିବା ପାଇଁ ପୌର ପରିଷଦର କେତକ କାଉନସିଲର ସମେତ ପୌର ଅଧକ୍ଷ ମିଶି ଜିଲ୍ଲାପାଳଙ୍କ ପାଖରେ ଦ୍ଵାରସ୍ଥ ହୋଇଛନ୍ତି ।
ସୁନାବେଡ଼ା କାଉନସିଲର ମାନଙ୍କ ଅଭିଯୋଗ ଅନୁଯାୟୀ, ଶ୍ରୀମତି ଋତୁ କଣ୍ଟା ଗତ ଦୁଇ ବର୍ଷ ହେଲା ବିଭିନ୍ନ ସମୟରେ କାଉନସିଲର ଏବଂ ପୌର କର୍ମଚାରୀ ମାନଙ୍କ ସହିତ ଦୁବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ କୌଣସି ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରୁନଥିବା ନେଇ ବାଧାପ୍ରାପ୍ତ ହୋଇଛି ।ବିଭିନ୍ନ ସମୟରେ ନିଜ ପଦର ଦୁରୁପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ରିତୁ କଣ୍ଟାଙ୍କୁ ଅନାସ୍ଥା ପ୍ରସ୍ତାବ କରି ହଟାଇବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତିନିଦିନ ତଳେ ସୁନାବେଡ଼ା ପୌରାଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର କାଉନସିଲର ମାନଙ୍କୁ ଧରି କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଉପାଧ୍ୟକ୍ଷା ଶ୍ରିମତୀ ରିତୁ କଣ୍ଟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦେଇଥିଲେ। ଏହାର ପ୍ରତିବାଦରେ ଆଜି ବୁଧବାର ଦିନ ସୁନାବେଡ଼ା ପୌର ପରିଷଦର ଉପାଧ୍ୟକ୍ଷା ରିତୁ କଣ୍ଟା କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପୌରାଧ୍ୟକ୍ଷଙ୍କ ନାଁରେ ଦୁର୍ନୀତି ଉପରେ ସଂଗୀନ ଅଭିଯୋଗ ପତ୍ର ଦାଖଲ କରିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଋତୁ କଣ୍ଟା କହିଛନ୍ତି ଯେ ଏହି ଦଳୀୟ ଗୋଷ୍ଠୀ କନ୍ଦଳ ପୌରାଧ୍ୟକ୍ଷ ହିଁ କରାଇଛନ୍ତି। ପୌରାଧ୍ୟକ୍ଷ ବେନିୟମ ଭାବରେ ତାଙ୍କ ପାଇଁ ଗାଡି ଲଗାଇଛନ୍ତି। ନିଜ ପତ୍ନୀଙ୍କ ନାମରେ ଲାଇସେନ୍ସ ରେ କାମକରୁଥିବା, ବେଣ୍ଡିଙ୍ଗ ଜୋନ ହାଟ ପାଖରେ ଦୋକାନ ଗୃହ ନିଜ ନାଁରେ ଦାଖଲ କରିଥିବା ନେଇ ବେନିୟମ କାର୍ଯ୍ଯ କରିଛନ୍ତି। ଏହି ବାବଦରେ ଜିଲ୍ଲାପାଳଙ୍କୁ ଉପାଧ୍ୟକ୍ଷା ଅଭିଯୋଗ କରିଥିଲେ। ମିଥ୍ୟା ଅଭିଯୋଗ କରିଥିବା ନେଇ ପୌର ପରିଷଦ ଉପାଧ୍ୟକ୍ଷା ଋତୁ କଣ୍ଟା ଖଣ୍ଡନ କରିଛନ୍ତି।ଦୁଇ ଜଣଙ୍କ ଅଭିଯୋଗ ପତ୍ରକୁ ଜିଲ୍ଲାପାଳ ଅନୁଧ୍ୟାନ କରି ନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିବା ଜଣାପଡ଼ିଛି।ଏଥିରୁ ଜଣାପଡ଼ିଛି ଯେ ବିଜେଡିରେ ଗୋଷ୍ଟି କନ୍ଦଳ ହେବାରେ ଦେଖାଦେଇଛି। ଆଗାମୀ ଦିନରେ ଏହି କନ୍ଦଳ କେଉଁ ରୂପ ନେବ ତାହା ଦେଖିବାକୁ ବାକି ରହିଲା।

author

Related Articles

Leave a Reply

Your email address will not be published. Required fields are marked *