ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ , ମହିଳା ଗିରଫ

ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ , ମହିଳା ଗିରଫ

ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ଜଅଁରା ଗ୍ରାମର ରବୀନ୍ଦ୍ର ବେହେରାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଅନୁସୟା ବାରିକ ଚାକିରୀ କରାଇଦେବା କହି ହାଟଡ଼ିହୀ ବ୍ଲକ ଚୋରଗଡ଼ିଆ ଗ୍ରାମର ମଧୁସ୍ମିତା ଜେନାଙ୍କ ଠାରୁ ୫ଲକ୍ଷ ୬୫ହଜାରରୁ ଉର୍ଦ୍ଧ୍ଵ ଟଙ୍କା ନେଇ ତିନିମାସରୁ ଉର୍ଦ୍ଧ ଦିନ ଧରି ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଥିଲେ। ଉକ୍ତ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର ଦିନ ମଧୁସ୍ମିତା ଜେନା ଘସିପୁରା ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ସୁନିଲ କୁମାର କରଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲ ରୁଜୁକରି ଜଅଁରା ଗ୍ରାମର ଅନୁସୟା ବାରିକଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସ୍ଵାମୀ ରବୀନ୍ଦ୍ର ବେହେରା ଫେରାର ଥିବାର ପୋଲିସ
ସୂତ୍ରରୁ ଜଣାପଡ଼ିଛି। ସେହିପରି ଖାଳିଆମେଣ୍ଟା ଗ୍ରାମର ଜଣେ ଠିକାଦାରଙ୍କ ପୁଅକୁ ଚାକିରୀ କରାଇ ଦେବା କହି ୨୨ଲକ୍ଷ, ଖପରାଖାଇ ଅଂଚଳର ଜୈନକ ବ୍ୟକ୍ତିଙ୍କରୁ ୫ଲକ୍ଷ ଟଙ୍କା ନେଇଥିବାର ସୂଚନା ମଳିଛି। ଏହିଭଳି ଭିଭିନ୍ନ ଅଂଚଳରୁ ଚାକିରୀ ଦେବା ନାମରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇଯାଇଥିବା ଜଣାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *