ବିଜେଡି ଉପରେ ଚଡକ..ମମତାଙ୍କ ପରେ ସୁଜିତଙ୍କ ପାଳି !

ବିଜେଡି ଉପରେ ଚଡକ..ମମତାଙ୍କ ପରେ ସୁଜିତଙ୍କ ପାଳି !

ରାଜ୍ୟସଭାରେ ପୁଣି କମିପାରେ ବିଜେଡିର ସାଂସଦଙ୍କ ସଂଖ୍ୟା । ମମତା ମହନ୍ତଙ୍କ ପରେ ବିଜେଡି ସାଂସଦ ସୁଜିତ କୁମାରଙ୍କ ପାଳି ପଡିପାରେ ବୋଲି ଚର୍ଚ୍ଚା ବଢିଚାଲିଛି । ହଁ ଆଜ୍ଞା, ଜଣଙ୍କ ପରେ ଜଣେ ନେତା ବିଜେଡି ଛାଡି ବିଜେପିକୁ ଯିବା ପାଇଁ ରେଡୀ ହେଉଛନ୍ତି । ଆଉ ଏହି କ୍ରମରେ ଏବେ ବିଜେଡିର ଆଉ ଜଣେ ରାଜ୍ୟସଭା ସାଂସଦ ପଦ୍ମ ପୋଖରୀକୁ ଆସିବା ନେଇ ଇସାରା ଦେଉଥିବା କୁହାଯାଉଛି । କାହିଁକି ନା ଓଡିଶାକୁ ଯେଉଁ ନୂଆ ରେଳ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି ତାକୁ ନେଇ ବିଜେଡିରେ ଫାଟ ଦେଖାଦେଇଛି । ଦଳର ଦୁଇ ସାଂସଦ ଏହାକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଓଡିଶାକୁ ନୂଆ ରେଳ ପ୍ରକଳ୍ପ ମିଳିବାକୁ ନେଇ ବିଜେଡି ନେତାମାନେ ବିଜେପିକୁ କଟାକ୍ଷ କରିଥିଲେ । କିନ୍ତୁ ଏବେ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଏହି ନୂଆ ରେଳ ପ୍ରକଳ୍ପକୁ ନେଇ କେନ୍ଦ୍ରକୁ ପ୍ରଶଂସା କରିବା ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି । ଜୁନାଗଡ -ନବରଙ୍ଗପୁର ରେଳ ଲାଇନ ସହ ଅନ୍ୟ ୫ ରେଳ ପଥ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏପରିକି ସୋସିଆଲ ମିଡିଆରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଫଟୋ ପୋଷ୍ଟ କରି ଥିବାର ଦେଖିବାକୁ ମିଳିଛିା ଅନ୍ୟପଟେ କିନ୍ତୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ମାନସ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ କୌଣସି ନୂଆ ରେଳ ପ୍ରକଳ୍ପ ଘୋଷଣା କରାଯାଇନାହିଁ। ଗୋଟଏ ପୁରୁଣା ପୋଜେକ୍ଟ ପୁଣି ଥରେ ଘୋଷଣା କରାଯାଇଛି। ଗୁଣୁପୁର ଥେରୁବାଲୀ ରେଳ ପ୍ରକଳ୍ପ ପାଇଁ ୭ ବର୍ଷ ପୂର୍ବରୁ ପାଣ୍ଠି ପ୍ରଦାନ କରାଯାଇଛି। ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁରୀ କରିଥିଲେ। କିନ୍ତୁ ଏବେ ସେହି ପ୍ରକଳ୍ପକୁ ବିଜେପି ପୁଣି ଥରେ ଅନୁମୋଦନ କରିଛି । ଏହାକୁ ନେଇ ଓଡ଼ିଶା ନ୍ୟାୟ ଦାବି କରୁଛି ଏବଂ ଡବଲ ଇଞ୍ଜିନ ସରକାର ଉପରେ ଅଧିକ ଆଶା ରହୁଛି ବୋଲି କହିଛନ୍ତି ମାନସ ମଙ୍ଗରାଜ। ତେବେ ଗୋଟିଏ ଦଳର ଦୁଇ ଜଣ ସାଂସଦ ଏପରି ଭିନ୍ନ ଭିନ୍ନ ମତପ୍ରକାଶ କରିବାକୁ ସାଧାରଣରେ ଗ୍ରହଣ କରିହେଉନି । ଏବଂ ସୁଜିତ୍ ବିଜେପି ଆଡକୁ ଢଳୁଥିବା କୁହାଯାଉଛି । ତେବେ ଦେଖାଯାଉ ଏ ଚର୍ଚ୍ଚାରେ କେତେ ସତ୍ୟତା ରହିଛି ଏବଂ ସୁଜିତଙ୍କ ଗତି କୁଆଡେ ଯାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *