ବ୍ରିଜ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ବ୍ରିଜ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡି କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଜାରି ରହିଛି,ସ୍ଥାନେ ସ୍ଥାନେ ଏହାର ବ୍ରିଜ ନିର୍ମାଣ ଓ ହୋମ୍ ପାଇପ୍ ସ୍ଥାପନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହି କାର୍ଯ୍ୟ ରେ ଅନେକ ଅନିୟମିତତା ଦେଖା ଦେଇଛି । ଏହି କାର୍ଯ୍ୟ ରେ ନିମ୍ନ ମାନର କଂକ୍ରିଟ ବ୍ୟବହାର କରାଯିବା ସହ ଭାଇବ୍ରେଶନ ଦିଆଯାଉ ନଥିବା ରୁ ଏହା କେତେ ଦୀର୍ଘସ୍ଥାୟୀ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି।ସୂଚନା ଅନୁଯାୟୀ ସୋମବାର ଦିନ ବଜାର ମଧ୍ୟସ୍ଥଳ ଅର୍ଥାତ୍ ବିଶ୍ରାମ ଗାର ନିକଟ ରେ ଥିବା ବ୍ରିଜ୍ କୁ ଭାଙ୍ଗି ବର୍ତ୍ତମାନ ର ଆକଳନ ଅନୁଯାଇ ସେଠାରେ ହୋମ ପାଇପ ଉଭୟ ପାର୍ଶ୍ଵ ରେ ଗାର୍ଡ ୱାଲ କାର୍ଯ୍ୟ ଚାଲିଛି , ଏହି କାର୍ଯ୍ୟ ରେ ନିମ୍ନ ମାନର କଂକ୍ରିଟ ବ୍ୟବହାର କରାଯାଉ ଥିବା ଏବଂ ହୋମ୍ ପାଇପ୍ ପକାଇବା ସ୍ଥାନ ରେ କଂକ୍ରିଟ ର ଏକ ପ୍ଲାଟଫର୍ମ କରିବା ପରିବର୍ତ୍ତେ ସିଧା ସଳଖ ହୋମ୍ ପାଇପ୍ ସ୍ଥାପନ କରାଯାଇଛି , ତାହା ବି ସଠିକ ଭାବେ ପକା ଯାଇନ ଥିବା ରୁ ବର୍ଷା ଜଳ ଓ ଡ୍ରେନ୍ ପାଣି ସଠିକ୍ ଭାବେ ନିଷ୍କାସନ ହୋଇ ପାରୁ ନାହିଁ । ଯେଉଁ କାର୍ଯ୍ୟ ଚାଲିଛି ବିଶେଷ କରି କଂକ୍ରିଟ କାମ ଚାଲୁ ଥିବା ବେଳେ ତାହାର ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟ ସ୍ଥଳ ରେ ଅନୁପସ୍ଥିତ ରହିବା ରହୁ ଥିବାରୁ ଠିକାଦାର ଜଣକ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ବାସୀ ମାନେ ପ୍ରକାଶ କହିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ବହୁ ବାଦ ବିବାଦ ଓ ଦୀର୍ଘ ଦିନର ବ୍ୟବଧାନ ପରେ ନିର୍ମାଣ ହେଉଥିବା କାର୍ଯ୍ୟ ର ତଦନ୍ତ କରି ସଠିକ ଭାବେ କାର୍ଯ୍ୟ କରିବା ସହ ତୁରନ୍ତ କାର୍ଯ୍ୟ ସାରିବା ଦିଗରେ ଦୃଢ଼ କାର୍ଯ୍ୟାୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବସୀ ଦାବୀ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *