ମହିଳାଙ୍କୁ ଖାଇଗଲା କୁମ୍ଭୀର…

ମହିଳାଙ୍କୁ ଖାଇଗଲା କୁମ୍ଭୀର…

ମିଳିଲା ଅଳପୁଆଡିଆ ଗାଁର ନିଖୋଜ ମଞ୍ଜୁଲତା ଭଞ୍ଜଙ୍କ ମୃତ୍ୟୁ ଦେହ। କୂଳସାହି ନିକଟରୁ ଠାବ। ଦେହ ର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ !! ତେବେ ମଞ୍ଜୁଲତା ଓ ଆଉ ଦୁଇ ଜନ ମହିଳା ସାଥିହୋଇ ତିନି ଜନ ପ୍ରତିଦିନ ସାଥିହୋଇ ଯାଆନ୍ତି ବ୍ରହ୍ମଣୀ ନଦୀକୁ ଶୌଚ ହେବାପାଇଁ କିନ୍ତୁ ଗତକାଲି ମଞ୍ଜୁଲତା ଆଗୁଆ ଚାଲି ଯାଇଥିଲେ ନଦୀକୁ ପରେ ପରେ ଆଉ ଦୁଇ ଜଣ ମହିଳା ଯେତେବେଳେ ନଦୀକୁ ଯାଆନ୍ତି ସେଠାରେ ଦେଖନ୍ତି ମଞ୍ଜୁଲତା ଙ୍କ ଚପଲ ଓ ବାସନ ପଡିଥିଲା ହେଲେ ମଞ୍ଜୁଙ୍କୁ ସେମାନେ ନପାଇ ଗାଁରେ ଖବର ଦେଇଥିଲେ ପରେ ପରେ ଲୋକ ରୁଣ୍ଡ ହୋଇଯାଉ ଖୋଜା ଖିଜିକଲା ପରେବି ମଞ୍ଜୁଲତାଙ୍କ କୌଣସି ସନ୍ଧାନ ମିଳିନଥିଲା ! ତେବେ ମଞ୍ଜୁଲତାଙ୍କୁ ବାସନ ମାଜିବା ବେଳେ ଟାଣି ନେଇଥିଲା କୁମ୍ଭୀର। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି କରାଯାଇଥିଲେ ମଧ୍ୟ ମଂଜୁଲତାଙ୍କ ପତ୍ତା ମିଳିନଥିଲା । ତେବେ ଆଜି ସକାଳୁ କୁଳସାହି ନିକଟରେ ଅର୍ଥାତ କୁମ୍ଭୀର ଟାଣିନେଇଥିବା ସ୍ଥାନରୁ ପ୍ରାୟ 3 କିଲୋମିଟର ତଳେ ଥିବା କୁଳସାହି ନିକଟରୁ ଦମକଳ ବାହିନୀ ଙ୍କ ଦ୍ଵାରା ମଞ୍ଜୁଲତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଶରୀରର ଅଧା ଅଂଶ କୁମ୍ଭୀର ଖାଇ ଦେଇଛି । ଅନ୍ୟ ପକ୍ଷରେ ମଞ୍ଜୁଲତା ଜଣେ ଆଧ୍ୟାତ୍ମିକ ଲୋକ ପୂର୍ବ ସୋମ ବାର ଦିନ ଆରେଡି ଯାଇଥିଲେ ପାଣିଭାର ନେଇଯାଇଥିବା ସମୟରେ ଆରେଡ଼ି ରେ ମଧ୍ୟ ସେ ହଜିଯାଇଥିଲେ ! ସାଥିମାନେ ବହୁ ଖୋଜିଲା ପରେ ମଞ୍ଜୁଲତାମିଳିଥିଲେ ! ହେଲେ ତା ପରବର୍ତ୍ତୀ ସୋମବର ଦିନ ମଞ୍ଜୁଲତା ଲୀନହୋଉଯାଇଥିବା କଥା ଆଜୁ ଉଦ୍ଧାର ସମୟରେ ନଦୀତୁଠରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ! ତେବେ ଆଜି iବନବିଭାଗ ଓ ପୋଲିସ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *