ସାମ୍ନାକୁ ଆସିଲା ପ୍ରଭୁ ବଳଭଦ୍ର ଆଡପ ମଣ୍ଡପରୁ ତଳେ ପଡିଯିବାର କାରଣ

ସାମ୍ନାକୁ ଆସିଲା ପ୍ରଭୁ ବଳଭଦ୍ର ଆଡପ ମଣ୍ଡପରୁ ତଳେ ପଡିଯିବାର କାରଣ

ସାମ୍ନାକୁ ଆସିଲା ପ୍ରଭୁ ବଳଭଦ୍ର ଆଡପ ମଣ୍ଡପରୁ ତଳେ ପଡିଯିବାର କାରଣ । ଗତ ଜୁଲାଇ ୯ ତାରିଖରେ ଆଡ଼ପ ପହଣ୍ଡି ବେଳେ ଏପରି ବଡ଼ ଅଘଟଣ ଘଟିଥିଲା । ଏହାର କାରଣ ଖୋଜିବା ପାଇଁ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ତେବେ ଆଜି ଏହି ଘଟଣା ପଛର କାରଣ ସାମ୍ନାକୁ ଆସିଛି । ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା । ବଡ଼ ଠାକୁରଙ୍କୁ ପକାଇଦେବା ଘଟଣାରେ କମିଟି ତଦନ୍ତ ରିପୋର୍ଟ ଦେଇଛି । ୩ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଛି । ଆସନ୍ତା ପରିଚାଳନା କମିଟି ବୈଠକରେ ରିପୋର୍ଟ ଉପସ୍ଥାପନ ହେବ ଓ ଆଲୋଚନା ପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *