ରାଜ୍ୟରେ ଆଳୁ ସଙ୍କଟ ପରେ ଏବେ ପାଳି ଲୁଣର

ରାଜ୍ୟରେ ଆଳୁ ସଙ୍କଟ ପରେ ଏବେ ପାଳି ଲୁଣର

ରାଜ୍ୟରେ ଆଳୁ ସଙ୍କଟ ପରେ ଏବେ ପାଳି ଲୁଣର । ଆଗକୁ ଲୁଣ ସଙ୍କଟ ନେଇ ଏବେଠୁ ଆଶଙ୍କା ବଢିଲାଣି । ହଁ ଆଜ୍ଞା, ରାଜ୍ୟରେ ପ୍ରାୟ ୧ ମାସ ହେବ ଆଳୁ ସଙ୍କଟ ଦେଖାଦେଇଛିା ବାହାର ରାଜ୍ୟରୁ ଆଳୁ ଆମଦାନୀ ହେଉଥିବାରୁ ଅନେକ ସମୟରେ ଏହା ଖାଉଟିଙ୍କୁ ଅନେକ କଷ୍ଟ ଦେଉଛିା ବାରମ୍ବାର ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଏହାକୁ ନେଇ ଖାଉଟି ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତିା କିନ୍ତୁ ଏହାର କୌଣସି ନିର୍ଦ୍ଦିଷ୍ଟ ସମାଧାନ ହେଉନଥିବା ବେଳେ ଏବେ ଲୁଣକୁ ନେଇ ମଧ୍ୟ ସମାନ ସ୍ଥିତି ଉପୁଜିବାର ସମ୍ଭାବନା ଥିବା ଆକଳନ କରାଯାଉଛିା କାରଣ ଲୁଣ ଉତ୍ପାଦନ ପାଇଁ ରାଜ୍ୟରେ ଉପଯୁକ୍ତ ପରିବେଶ ସହ ସମୁଦ୍ର ତଟ ଅଧିକ ରହିଛି । କିନ୍ତୁ ଲୁଣ ଉତ୍ପାଦନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ପଶ୍ଚିମବଙ୍ଗରେ ଲୁଣ ଉତ୍ପାଦନ ପାଇଁ ସେତେ ସୁବିଧା ସୁଯୋଗ ନଥିଲେ ମଧ୍ୟ ସେଠାରେ ଲୁଣ ଉତ୍ପାଦିତ ହୋଇପାରୁଛି । କିନ୍ତୁ ଓଡିଶାରେ ହୋଇପାରୁନି । ଯେଉଁ କାରଣରୁ ଲୁଣ ପାଇଁ ମଧ୍ୟ ଓଡିଶାକୁ ଅନ୍ୟ ରାଜ୍ୟ ଏବଂ କମ୍ପାନୀ ଗୁଡିକ ଉପରେ ନିର୍ଭର କରିବାକୁ ପଡୁଛି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ରାଜ୍ୟରେ ଲୁଣ ଉତ୍ପାଦନ କରାଗଲେ ନିଯୁକ୍ତି ବଢିବା ସହ ଦାଦନ ସମସ୍ୟା ମଧ୍ୟ କମିବ । ଏବଂ ସୁଲଭ ମୂଲ୍ୟରେ ମଧ୍ୟ ଲୋକଙ୍କୁ ଲୁଣ ମିଳିବ । କିନ୍ତୁ ଏତେ ସବୁ ସୁବିଧା ଥାଇ ବି କାହିଁକି ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି, ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି । ଅଧିକ ଟଙ୍କାର ଚାଉଳକୁ ସରକାର ଏକ ଟଙ୍କାରେ ଯୋଗାଇ ପାରୁଛନ୍ତି କିନ୍ତୁ ଚାହିଦା ଥିବା ଅତ୍ୟାବଶ୍ୟକ ସାମଗ୍ରୀକୁ ସରକାର ଯୋଗାଇ ପାରୁନାହାନ୍ତି । ତେବେ ପୁରୁଣା ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଇନଥିବା ବେଳେ ଦେଖାଯାଉ ନୂଆ ସରକାର ଏଥିପ୍ରତି ଧ୍ୟାନ ଦେଉଛନ୍ତି ନା ଅନ୍ୟ ସାମଗ୍ରୀ ପରି ଲୁଣ ପାଇଁ ମଧ୍ୟ ଓଡିଶା ନିର୍ଭରଶୀଳ ରହୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *