ପଶ୍ଚିମ ଓଡିଶାର ବିଜେଡିର ଜଣେ ଟାଣୁଆ ନେତା ତଥା ଭଟ୍ଟଲିର ପୂର୍ବତନ ବିଧାୟକ ହେଉଛନ୍ତି ସୁଶାନ୍ତ ସିଂ । ଲଗାତାର ଭାବେ ବିଜେଡି ଟିକେଟରେ ଭଟ୍ଟଲିରୁ ହ୍ୟାଟ୍ରିକ କରିଆସୁଥିଲେ ଏହି ବିଜେଡି ନେତା । ବିଜେଡିର ଗଡ ହୋଇ ରହିଥିବା ପଶ୍ଚିମ ଓଡିଶାର ବରଗଡ ଜିଲ୍ଲାର ଅଧେ ବିଧାନସଭା ଆସନକୁ ଭାରତୀୟ ଜନତା ପାର୍ଟି ଅକ୍ତିଆର କରିନେଇଛି । ଠିକ ସେହିପରି ମୋଦି ଲହରକୁ ଭେଦ ନ କରିପାରି ପଛରେ ପଡିଯାଇଛନ୍ତି ପଶ୍ଚିମ ଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂ । ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ରାଜ୍ୟ ରାଜନୀତିରେ ଆଣିଛି ଏକ ବିରାଟ ପରିବର୍ତ୍ତନ । ବଡ ବଡ ରଥୀ ମହାରଥୀଙ୍କ ସହିତ ନିଜେ ଶଙ୍ଖପତି ମଧ୍ୟ ଧରାଶାୟୀ ହୋଇଯାଇଛନ୍ତି । ଏବେ ଯାଏଁ ବି ନିଜ ପରାଜୟର କାରଣ ଖୋଜି ପାଉନଥିବା ବିଜେଡି ନିଜର ଦଳକୁ ସୃଦୁଢ କରିବାରେ ଲାଗିଛି । ବିଜେଡି ସୁପ୍ରିମୋ ଦଳର ସମସ୍ତ କମିଟିକୁ ଭାଙ୍ଗି ଗୋଟିଏ ପରେ ଗୋଟିଏ ନୂଆ କମିଟି ଗଠନ କରି ବରିଷ୍ଠ ନେତାମାନଙ୍କୁ ଆଗକୁ ଆଣୁଛନ୍ତି । ନୂଆ ନୂଆ ଟିମ ଗଠନ କରି ଦଳକୁ ମଜଭୁତ କରିବାର ଲାଗିଛନ୍ତି । କିନ୍ତୁ ଜଣିଏ ପରେ ଜଣିଏ ନେତାଙ୍କ ଦଳ ଡିଆଁ ବିଜେଡିରେ ଯେଉଁ ଫାଟ ରହିଛି ତାହା ଜଳ ଜଳ ହୋଇ ବାହାରକୁ ଦିଶୁଛି । ଯଦି ଆମେ ଭଟ୍ଟଲିର ପୂର୍ବତନ ବିଧାୟକ ସୁଶାନ୍ତ ସିଂଙ୍କ କଥା କହିବା ବିଜେଡିର ଜଣେ ଟାଣୁଆ ନେତା ସାଙ୍ଗକୁ ନବୀନ ବାବୁଙ୍କ ପାଖ ଲୋକ ଥିଲେ । କିନ୍ତୁ ନିର୍ବାଚନ ହାରିବା ପରେ ବିଜେଡିରେ ଆଉ ଦେଖାଯାଉନାହାନ୍ତି ସୁଶାନ୍ତ ସିଂ । ପଶ୍ଚିମ ଓଡିଶାକୁ ସୃଦୁଢ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି ହେଲେ ଏବେ ନବୀନ ବାବୁ ତାଙ୍କୁ ଦଳରେ ଅଣଦେଖା କରିବାରେ ଲାଗିଛନ୍ତି । ଦଳରେ ଯେଉଁ ନୂଆ ଟିମ ଗଠନ ହେଲା ନା ତାଙ୍କୁ କୌଣସି ନୂଆ ଦାୟିତ୍ୱ ଦେଲେ ନା ସେ ଦଳରେ ଆଉ ଦେଖା ଯାଉଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଲାଗି ରହିଛି । ତେବେ ସୁଶାନ୍ତଙ୍କୁ ବିଜେଡିରେ ଏପରି କୋଣଠେସା ଆଗକୁ ବିଜେଡି ପ୍ରତି କେଉଁ ବିପଦ ଆଣୁଛି ତାହାର ଅପେକ୍ଷା ।
You can share this post!
author