ନ୍ୟାସନାଲ ଫିଲ୍ମ ଆୱାର୍ଡ ତାଲିକାରେ ଓଡିଆ ଫିଲ୍ମ ‘ଦମନ’

ନ୍ୟାସନାଲ ଫିଲ୍ମ ଆୱାର୍ଡ ତାଲିକାରେ ଓଡିଆ ଫିଲ୍ମ ‘ଦମନ’

ନ୍ୟାସନାଲ ଫିଲ୍ମ ଆୱାର୍ଡ ତାଲିକାରେ ସାମିଲ ହେଲା ଓଡିଆ ଫିଲ୍ମ । ପୁରସ୍କାର ଲିଷ୍ଟରେ ବାବୁସାନଙ୍କ ଅଭିନୀତ ଫିଲ୍ମ ଦମନକୁ ମିଳିଛି ସ୍ଥାନ । ୭୦ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା କରାଯାଇଛି । ଆଉ ଏଥିରେ ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନକୁ ସ୍ଥାନ ମିଳିଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ ଦମନ ସିନେମାକୁ ମନୋନୀତ କରାଯାଇଛି । ଏହି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି କି, ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି । ଏହି ସିନେମା ପାଇଁ ଅନେକ କଷ୍ଟ କରିବାକୁ ପଡିଛି । ସିନେମା ରିଲିଜ ହେବା ପରେ ଓଡିଶାରେ ହଲ ମିଳିବା ମଧ୍ୟ କଷ୍ଟ ହୋଇପଡିଥିଲା । ଏହାସହ ଏହି ସିନେମା ହିନ୍ଦୀରେ ରିଲିଜ ହେବା ପରେ ଜାତୀୟ ସ୍ତରରେ ହଲ ପାଇବାକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ଏହା ପୂର୍ବରୁ ମଧ୍ୟ ପ୍ରତୀକ୍ଷା ସିନେମାକୁ ଜାତୀୟ ସିନେ ପୁରସ୍କାର ମିଳିଥିଲା ।

author

Related Articles

Leave a Reply

Your email address will not be published. Required fields are marked *