ମୋହନ ଓ ମୋଦିଙ୍କୁ ପାଠ ପଢାଇଲେ ମୋକିମ !

ମୋହନ ଓ ମୋଦିଙ୍କୁ ପାଠ ପଢାଇଲେ ମୋକିମ !

ଓଡିଶା ରାଜନୀତିରେ ଯୁବ ବିଧାୟିକା ଭାବେ ବେଶ ପରିଚିତ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଚଳିତ ସାଧାରଣ ନିର୍ବାଚନରେ ମୋଦି ଲହର ଓ ନବୀନ ଲହରକୁ ଭେଦ କରି କଟକ ବାରବାଟୀରେ ବାପାଙ୍କ ଗଡକୁ ପୁଣି ବଜାୟ ରଖିଛନ୍ତି ସୋଫିଆ ଫିର୍ଦ୍ଦୋସ । ବାପାଙ୍କ ଠାରୁ ରାଜନୀତି ଶିଖି ରାଜନୀତି ମଇଦାନରେ ଓ ବିଧାନସଭାରେ ବେଶ ଆକ୍ଟିଭ ରହୁଛନ୍ତି ଯୁବ ବିଧାୟିକା । ବିଭିନ୍ନ ସମସ୍ୟା ନେଇ ମୋହନ ସରକାରଙ୍କୁ ଘେରୁଛନ୍ତି । ଠିକ ସେହିପରି ଗତକାଲି ସ୍ୱାଧୀନତା ଦିବସ ଅବସରରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମୋହନ ସରକାର ଓ ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଭାରତ ବର୍ଷକୁ ଶାସନ କରୁଥିବା ସରକାର ଏକଛତ୍ରବାଦୀ ଶାସନ କରୁଛନ୍ତି ଯାହା ଭାରତକୁ ବିଭାଜିନ ଆଡକୁ ଟାଣି ନେଉଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ । କଂଗ୍ରେସରେ ମହମ୍ମଦ ମୋକିମ ଜଣେ ବରିଷ୍ଠ ଟାଣୁଆ ନେତା ହୋଇଥିବା ବେଳେ ଚଳିତ ନିର୍ବାଚନରେ କଟକ ବାରବାଟୀକୁ ଅକ୍ତିଆର କରିବା ପାଇଁ ଉଭୟ ବିଜେପି ଓ ବିଜେଡି ଯେଉଁ ଷଡଯନ୍ତ୍ର କରିଥିଲେ ତାହା  ସୋଫିଆଙ୍କ କ୍ରେଜ ଆଗରେ ଫେଲ ମାରି ଯାଇଥିଲା । କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଏବଂ ଉନ୍ନତିକରଣ ନେଇ ମୋଦି ସରକାରଙ୍କୁ ସିଧା ସିଧା ପ୍ରଶ୍ନ କରିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ ।

author

Related Articles

Leave a Reply

Your email address will not be published. Required fields are marked *