ରାଗିଲେ ପ୍ରମିଳା…ଟ୍ୟୁସନ ହେବେ ବିଧାୟକ ଯୋଗ ଦେବନି ବିଜେଡି !

ରାଗିଲେ ପ୍ରମିଳା…ଟ୍ୟୁସନ ହେବେ ବିଧାୟକ ଯୋଗ ଦେବନି ବିଜେଡି !

ଆସନ୍ତା 17 ଓ 18 ତାରିଖରେ ଟ୍ୟୁସନ ହେବେ ନୂଆ ବିଧାୟକ । ହଁ ଦର୍ଶକବନ୍ଧୁ ନୂତନ ବିଧାୟକଙ୍କୁ ସଚେତନତା କରାଇ ଟ୍ରେନିଂ ଦେବା ପାଇଁ ଭାରତୀୟ ଜନତା ପାର୍ଟି ସରକାର ଏକ ଟ୍ରେନିଂ ଶିବିର ଆୟୋଜିତ କରିଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଏହି ସଚେତନାତ ଶିବିରରେ ଯୋଗ ଦେବେ ନାହିଁ ବିଜେଡି ବିଧାୟକ । କାହିଁକିନା ଭାରତୀୟ ଜନତା ପାର୍ଟିର ଜାତୀୟ ସ୍ତରର ମନ୍ତ୍ରୀ ମାନେ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ନୂତନ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ କରିବେ । ଦିଲ୍ଲୀରୁ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଗସ୍ତରେ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।  ନିୟମ ଅନୁଯାୟୀ ନୂତନ ବିଧାୟକ ଓ ବିଧାୟିକା ମାନଙ୍କୁ ଟ୍ରେନିଂ ଦିଆଯାଏ ଆଉ ଏହି କାର୍ଯ୍ୟକୁ ବିଧାନସଭାର ବାଚସ୍ପତି କିମ୍ୱା ମୁଖ୍ୟମନ୍ତ୍ରୀ ଏହିମାନେ ଉଦଘାଟନ କରିଥାନ୍ତି । କିନ୍ତୁ ବିଜେପି ଏଥିରେ ବ୍ୟତିକ୍ରମ ଆଣିଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଏହାକୁ ତୀବ୍ର ବିରୋଧ କରିବା ସହିତ ଭାରତୀୟ ଜନତା ପାର୍ଟି ସରକାରର ଏପରି ପଦକ୍ଷେପକୁ ନିନ୍ଦା କରିଛନ୍ତି । ଏବଂ ଆସନ୍ତା 17 ଓ 18ରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଜେଡି ବିଧାୟକମାନେ ଯୋଗ ଦେବେ ନାହିଁ । ଅପରପକ୍ଷେ ବିଧାନସଭାର ସମସ୍ତ କାର୍ଯ୍ୟକୁ ଏକ ଦଳୀୟ କାର୍ଯ୍ୟକ୍ରମ ଭଳି ସଜେଇ ସାରିଲାଣି ବିଜେପି ବୋଲି ଅଭିଯୋଗ କରିଛନ୍ତି । ବାଚସ୍ପତି ସୁରମା ପାଢୀଙ୍କୁ ଚିଠି ଲେଖି ସିଧା ସିଧା ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ଉଲ୍ଲେଖ କରିଛନ୍ତି ଏବଂ ଦଳୀୟ ମନ୍ତ୍ରୀ ଓ ଦଳୀୟ ନେତାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ହେଉଥିବା ହେତୁ ଏହାକୁ ବର୍ଜନ କରିଛି ବିଜେଡି ।

author

Related Articles

Leave a Reply

Your email address will not be published. Required fields are marked *