ବିଜେଡିର ଦାଗୀ ନେତାଙ୍କ ଫାଇଲ ଖୋଲିବେ ମୋହନ ସରକାର

ବିଜେଡିର ଦାଗୀ ନେତାଙ୍କ ଫାଇଲ ଖୋଲିବେ ମୋହନ ସରକାର

ହଜିଲାଣି ବିଜେଡି ନେତାଙ୍କ ନିଦ । ଆଇନ ମନ୍ତ୍ରୀଙ୍କ ବୟାନ ପରେ ଥରହର ବିଜେଡିର ଦୁର୍ନିତୀଗସ୍ତ ନେତା । କଳାକାର୍ନାମାର ପେଡି ଖୋଲିବା ଭୟ ଏବେ ବିଜେଡି ନେତାଙ୍କୁ ଘାରିଲାଣି । ହଁ ଦର୍ଶକବନ୍ଧୁ ରାଜ୍ୟରେ ଦୀର୍ଘ 24 ବର୍ଷ ହେବ ନିଜର ମନମାନି ଚଳାଇଥିବା ବିଜେଡି ସରକାରର ପତନ ଘଟିଛି ଆଉ ଏବେ ଧୀରେ ଧୀରେ କରି ସେ ସବୁର ଗୁମର ଖୋଲିବ । ଏ କଥା ଆମେ କହୁ ନାହୁଁ ଖୋଦ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବୟାନ ପରେ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଲାଗି ରହିଛି । ରାଜ୍ୟର ବହୁଚର୍ଚ୍ଚିତ ହତ୍ୟା ମାମଲା ହେଉଛି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ଓ ମମତି ମେହେର ସବୁର ଗୁମର ଖୋଲିବାକୁ ରେଡ୍ଡି ହେଲେଣି ମୋହନ ସରକାର । ବହୁ ଚର୍ଚ୍ଚିତ ନବଦାସଙ୍କ ହତ୍ୟାକାଣ୍ଡ ମାମଲା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା । ଜାନୁୟାରୀ 29, 2023 ତାରିଖ ବ୍ରଜରାଜନଗର ଠାରେ ଆୟୋଜିତ ଏକ ସଭାରେ ଯୋଗଦେବାକୁ ବାହାରିଥିଲେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କିନ୍ତୁ ସେଠାରେ ଏଏସଆଇ ଗୋପାଳ ଗୁଳିରେ ଟଳି ପଡିଥିଲେ ନବଦାସ । ସମସ୍ତଙ୍କୁ ଚକମା ଦେଇ ଗୋପାଳ କେମିତି ଏ କାଣ୍ଡ ଭିଆଇଲା ସେ ନେଇ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କିନ୍ତୁ ତତକାଳୀନ ସରକାର ପ୍ରଥମେ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କଲେ ଆଉ ଧୀରେ ଧୀରେ ସମସ୍ୟାର ସମାଧାନ ନହୋଇ କୁଆଡେ ଉଭେଇ ଗଲା । ଏବେ ପର୍ଯ୍ୟନ୍ତ ମଧ୍ୟ ସେହି ଘଟଣା ଉପରୁ ପରଦା ହଟି ପାରୁନି । ଅନ୍ୟପଟେ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ । ଏଥିରେ ସିଧାସଳଖ ଭାବେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସବୁ ଘଟଣା ପରି ଏହି ଘଟଣାକୁ ମଧ୍ୟ ପାୱାରରେ ଦବାଇ ଦିଆଯାଇଥିଲା । ତେବେ ଖୁବଶୀଘ୍ର ରିଓପୋନ ହେବାକୁ ଯାଉଛି ଏହିସବୁ ଘଟଣା । ନବୀନ ସରକାର ବନ୍ଦ କରିଥିଲେ ଏବେ ମୋହନ ସରକାର ସବୁର ପେଡି ଖୋଲିବେ । ତେବେ ବିଜେଡିର କେଉଁ ନେତାଙ୍କୁ ବାନ୍ଧିବେ ମୋହନ ସରକାର ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *