ଆଳୁ ପରେ ଖାଉଟିଙ୍କ ଟେନସନ ବଢାଇଲାଣି ପିଆଜ

ଆଳୁ ପରେ ଖାଉଟିଙ୍କ ଟେନସନ ବଢାଇଲାଣି ପିଆଜ

ରାଜ୍ୟରେ ଆଳୁ ଚିନ୍ତା ନ ଯାଉଣୁ ଏପଟେ କନ୍ଦାଇଲାଣି ପିଆଜ । ଦର ବଢୁଥିବାରୁ ଖାଉଟିଙ୍କୁ ଘାରିଲାଣି ପିଆଜ ଚିନ୍ତା । ହଁ ଆଜ୍ଞା, ଗତ କିଛି ଦିନ ହେବ ପରିବା ଦର ଆକାଶ ଛୁଆଁ ରହିଛିା ଖାସ କରି ଆଳୁ ଦରରେ । କିନ୍ତୁ ଏବେ ଆଳୁ ଭଳି ପିଆଜ ଦରରେ ବି ବ୍ରେକ ଲାଗୁନି । କିଛି ଦିନ ପୂବେ ପିଆଜ କିଲୋ ୪୦ରୁ ୪୫ ଟଙ୍କା ରହିଥିବା ବେଳେ ଏବେ ଏହା କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛିା ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ବଢିଲାଣି । ବିନା ପିଆଜରେ କିପରି ରୋଷେଇ କରିବେ ତାକୁ ନେଇ ସଙ୍କଟ ଦେଖାଗଲାଣି । ତେବେ ଏହା ପୂବର ମଧ୍ୟ ରଜ ସମୟରେ ପିଆଜ ଦର ୫୦ ଟଙ୍କାରେ ବିକ୍ରି ହେଉଥିଲା । ସେ ସମୟରେ ନାସିକରେ ପିଆଜ ଦର ବଢିଥିବାରୁ ଓଡିଶାରେ ମଧ୍ୟ ବ୍ୟବସାୟୀ ମାନେ ଏହାର ଦର ବଢାଇ ଚଢା ଦରରେ ବିକ୍ରି କରୁଥିଲେ । ଆଉ ଏବେ କିଛି ମାସ ପରେ ସମାନ ସ୍ଥିତି ସୃଷ୍ଟି ହୋଇଛି । ପରିବା ଦରରେ ବଦ୍ଧିତ ଦରଦାମକୁ ନେଇ ଅତିଷ୍ଠ ଖାଉଟିଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସାଜିଥିବା କୁହାଯାଉଛି । ତେବେ ଭୁବନେଶ୍ୱରକୁ ଦୈନିକ ୨୫୦ ଶହରୁ ୩ ସହ ଟନ୍ ପିଆଜ ଆସିଥାଏ । ନାସିକ ସମେତ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରୁ ମଧ୍ୟ ପିଆଜ ଓଡିଶାକୁ ଆମଦାନୀ ହୁଏ । ହେଲେ ନାସିକରେ ପିଆଜ ଦର ବଢିବା ମାତ୍ରେ ଓଡିଶାରେ ମଧ୍ୟ ଏହା ବଢିଯାଉଛି । କିନ୍ତୁ ଗୋଦାମରେ ୩୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ହାଟରେ ଏହା ୫୦ ଟଙ୍କା ବିକ୍ରି ହେଉଥିବାରୁ ଖାଉଟି ପ୍ରଶ୍ନ କରୁଛନ୍ତି । କାରଣ ଆଳୁ ଭଳି ପିଆଜ ମଧ୍ୟ ହାଣ୍ଡିଶାଳର ମୁଖ୍ୟ ଜିନିଷ । ପିଆଜ ବିନା କୌଣସି ଖାଦ୍ୟ ପାଟିକୁ ସୁଆଦ ନଥିବାରୁ ଏହାର ଅହେତୁକ ବୃଦ୍ଧିକୁ ନେଇ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତେବେ ଦେଖାଯାଉ ରାଜ୍ୟ ସରକାର ଏହାକୁ ନେଇ କଣ ପଦକ୍ଷେପ ନେଉଛନ୍ତି ଏବଂ ଖାଉଟିଙ୍କ କିପରି ଏଥିରୁ ମୁକ୍ତି ମିଳୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *