୨୨ରେ ବଳ କଷାକଷି ହେବେ ନବୀନ-ମୋହନ

୨୨ରେ ବଳ କଷାକଷି ହେବେ ନବୀନ-ମୋହନ

ପୁଣି ଥରେ ବଳ କଷାକଷି ହେବେ ଶାସକ ଏବଂ ବିରୋଧୀ । ସାଧାରଣ ନିର୍ବାଚନର ୨ ମାସ ପରେ ଏବେ ପୁଣି ଥରେ ବିଜେଡି-ବିଜେପି ଆମ୍ନାସାମ୍ନା ହେବେ । କାହିଁକି ନା ଆସନ୍ତା ୨୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସରକାର ବଦଳିବା ପରେ ପଞ୍ଚାୟତ ସମିତିର ସଦସ୍ୟମାନେ ଦଳ ପରିବର୍ତନ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏବେ ୬ଟି ବ୍ଲକରେ ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ୬ ଟି ବ୍ଲକରେ ପୂର୍ବରୁ ବିଜେଡିର ଶାସନ ଚାଲୁଥିଲା । କିନ୍ତୁ ସରକାର ବଦଳିବା ପରେ ଏଠାକାର ସ୍ଥିତି ବି ବଦଳିଯାଇଛି । ଆଉ ଏବେ ପଟ୍ଟ ପରିବର୍ତନ ପରେ ଉଭୟ ବିଜେଡି ଏବଂ ବିଜେପି ପାଇଁ ଏହା ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି । ଏବଂ ଏହି ଆସନ ସବୁ କିପରି ଦୁଇ ଦଳ ହାତେଇବେ ସେନେଇ ଛକାପଞ୍ଝା ଲଢେଇ ଆରମ୍ଭ ହୋଇଯାଇଛି । ତେବେ ୫ଟି ଅଧ୍ୟକ୍ଷ ପଦ ଏବଂ ଗୋଟିଏ ଉପାଧ୍ୟକ୍ଷ ପଦ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ । ବୌଦ୍ଧର ହରଭଙ୍ଗା ବ୍ଲକ ରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେଉଥିବା ବେଳେ ଗଞ୍ଜାମର ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି, ଖଲ୍ଲିକୋଟ ବ୍ଲକ, କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର, ଆଉ ନୟାଗଡର ଭାପୁର ବ୍ଲକରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକରେ ପୂର୍ବରୁ ବିଜେଡିର ଦବଦବା ରହିଥିବା ବେଳେ ଏବେ ଏହି ଆସନ ଖାଲି ପଡିଛିା ଆଉ କୁହାଯାଉଛି ଯେ ଚଳିତ ଥର ଏ ଆସନ ବିଜେପି ହାତକୁ ଯାଇପାରେ ବୋଲି । କିନ୍ତୁ ଗଞ୍ଜାମର ଖଲ୍ଲିକୋଟ, କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଏବଂ ନୟାଗଡର ଭାପୁରରେ ସ୍ଥିତି ସଙ୍ଗୀନ । କାରଣ ଏଠାରେ କିଏ ବାଜି ମାତ କରିବ ତାହା ଆକଳନ କରିହେଉନି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଉପନିର୍ବାଚନରେ ସାଧାରଣତ ଶାସକ ଦଳର ଦବଦବା ରହିଆସିଥାଏ । କିନ୍ତୁ ଏବେ ବି ବିଜେଡିର ପ୍ରଭାବ ପୂର୍ବପରି ରହିଥିବାରୁ କାହା ହାତକୁ ଏହି ସବୁ ଆସନ ଯିବ ତାହା ଆକଳନ କରିବା ମୁସକିଲ ହୋଇଯାଉଛିା କାରଣ ୨୦୨୨ ଉପନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ସାଧାରଣ ନିର୍ବାଚନରେ ବାଜି ଓଲଟିଗଲ।। ଏବଂ ବିଜେପି ଜିିତିଲା । ତେଣୁ ଏହି ୬ଟି ବ୍ଲକରେ କାହା ପଲ୍ଲା ଭାରି ରହୁଛି ଏବଂ କାହା ହାତକୁ କ୍ଷମତା ଆସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *