ଭଞ୍ଜନଗରରେ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ

ଭଞ୍ଜନଗରରେ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ

ସ୍ମୃତି ଆଉ ଅନୁଭୂତିକୁ ସବୁ ସମୟରେ ସାଇତି ରଖିବା କାର୍ଯ୍ୟରେ ନିୟୋଜିତ ସେହି ଫୋଟଗ୍ରାଫର ମାନଙ୍କ ଉଦ୍ଦେଶ୍ୟରେ ଆଜି ଚାରିଆଡ଼େ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ କରାଯାଉଛି।ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ମଧ୍ୟ ଘୁମୁସର ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଲାଲ ସିଂ ସରପଞ୍ଚ ଶିବରାମ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଫୋଟ ର ଆବଶ୍ୟକତା ଓ କ୍ୟାମେରାମ୍ୟାନ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।ଜିପିଏ ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାରେ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସମ୍ପାଦକ ସାଗର ବେହେରା, ବରିଷ୍ଠ ସଦସ୍ୟ ଅନୀଲ କୁମାର ବିଷୋୟୀ ଫୋଟଗ୍ରାଫର ମାନଙ୍କ କାର୍ଯ୍ୟଶୈଳୀ ସହ ବର୍ତ୍ତମାନ ସମୟରେ ସମସ୍ତ କାର୍ଯ୍ୟରେ ସ୍ମୃତି ଓ ପ୍ରମାଣ ସ୍ୱରୂପ ଫୋଟ ଏବଂ ଭିଡିଓର ଆବଶ୍ୟକତା ଏବଂ ନୂତନ ଜ୍ଞାନ କୌଶଳରେ ଫୋଟକୁ ଜୀବନ୍ତ କରିବା ଉପରେ ନିଜର ମତାମତ ଦେଇଥିଲେ।ଏହାପରେ ଭଞ୍ଜନଗର ଆରଟିଓ ଅଫିସ ରାସ୍ତାର ଉଭୟ ପାର୍ଶ୍ଵରେ ଆମ୍ବ, ପଣସ ଆଦି ଚାରା ରୋପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମୀର ସ୍ୱାଇଁ,ନିରଞ୍ଜନ ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ବେହେରା,ସନ୍ତୋଷ ପଣ୍ଡା, ଆନନ୍ଦ ଓ ଅନ୍ୟମାନେ ସହଯୋଗ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *