ବିଜେପିର ନୂଆ ରଣନୀତି..ମନମୋହନଙ୍କୁ କାଟି ମମତାଙ୍କୁ ପଠାଇଲେ ରାଜ୍ୟସଭା !

ବିଜେପିର ନୂଆ ରଣନୀତି..ମନମୋହନଙ୍କୁ କାଟି ମମତାଙ୍କୁ ପଠାଇଲେ ରାଜ୍ୟସଭା !

ବିଜେପି ନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦଙ୍କୁ ନେଇ ଅଙ୍କ କଶୁଛି ଭାରତୀୟ ଜନତା ପାର୍ଟି । ହଁ ଦର୍ଶକବନ୍ଧୁ ବିଜେଡିକୁ ଧୋକା ଦେଇ ହଠାତ ରାଜ୍ୟସଭା ସାଂସଦ ପଦବୀରୁ ଓ ବିଜେଡିରୁ ମମତା ମହନ୍ତଙ୍କ ଇସ୍ତଫା ବିଜେଡିକୁ ଦେଇଥିଲା ଶକ୍ତ ଝଟକା । କାହାକୁ କିଛି ଖବର ନାହିଁ ହଠାତ ମମତାଙ୍କ ଦଳ ଡିଆଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ଚର୍ଚ୍ଚା ହେଲା ବିଜେଡିର ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଲାଣି । ସେଥିପାଇଁ ଗୋଟିଏ ପରେ ଗୋଟିଏ ନେତା ଦଳରୁ କରଛଡା ଦେଉଛନ୍ତି । ଯେଉଁ ମମତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ହେଉଥିଲା ବିଜେପିକୁ ଯିବା ପରେ କଣ ହେବ ମମତା ମହନ୍ତଙ୍କ ରାଜନୈତିକ ଭବିଷ୍ୟତ । ସେ ନେଇ ଆସିଛି ଏକ ବଡ ଖବର । ମମତା ମହନ୍ତଙ୍କୁ ଏକ ବଡ ପୁରସ୍କାର ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂଙ୍କ ସୂଚନା ଅନୁଯାୟୀ ଭାରତୀୟ ଜନତା ପାର୍ଟି ତରଫରୁ ମମତା ମହନ୍ତଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବ ବିଜେପି । ଦିନେ କି ଦୁଇ ଦିନ ଭିତରେ ତାଙ୍କ ନାମ ଘୋଷଣା ହେବ । ଅନ୍ୟପଟେ ଯଦି ଆମେ ଦେଖିବା ରାଜ୍ୟସଭା ସାଂସଦ ରେସରେ ବିଜେପିର ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଥିଲା । ବିଜେପିର ସଙ୍ଗଠନକୁ ମଜଭୁତ କରିବାରେ ରାଜ୍ୟସଭାପତି ମନମୋହନ ସାମଲଙ୍କ ବେଶ ଭୂମିକା ରହିଥିଲା । ତେଣୁ ଏହି ରେସରେ ତାଙ୍କ ନାମ ଆଗରେ ରହିଥିଲା । କିନ୍ତୁ ପ୍ରଭାରୀ ବିଜୟ ପାଲ ସିଂଙ୍କ ସୂଚନା ପରେ ବିଜେପିର ଏକ ବଡ ରଣନୀତି ସାମ୍ନାକୁ ଆସିଛି । ନିଜ ଦଳର ବରିଷ୍ଠ ନେତୃତ୍ୱଙ୍କୁ ପଛରେ ପକାଇ କାହିଁକି ମମତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ମନସ୍ଥ କରିଛି ଭାରତୀୟ ଜନତା ପାର୍ଟି ? ମମତାଙ୍କୁ ରାଜ୍ୟସଭା ପଠାଇ ବିଜେପି କେଉଁ ଗେମ ଖେଳିବାକୁ ଯାଉଛି ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତେବେ ଦେଖିବାକୁ ଅପେକ୍ଷା ବିଜେପିର ଏହି ମମତା ଗେମ କେତେ ସକସେସ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *