ବିଦ୍ୟାଳୟରେ ପାଳିତ ହେଲା ରାକ୍ଷୀ ବନ୍ଧନ ଓ ବଳଭଦ୍ରଙ୍କ ଜନ୍ମଦିନ

ବିଦ୍ୟାଳୟରେ ପାଳିତ ହେଲା ରାକ୍ଷୀ ବନ୍ଧନ ଓ ବଳଭଦ୍ରଙ୍କ ଜନ୍ମଦିନ

ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ଗ୍ରାମର ପୁରାତନ ତଥା ଭାରତୀୟ ସଂସ୍କୃତି, ପରମ୍ପରାକୁ ଆଧାର କରି ଗଢ଼ି ଉଠିଥିବା ସରସ୍ବତୀ ଶିକ୍ଷା ମନ୍ଦିର ରାକ୍ଷୀ ବନ୍ଧନ ଓ ବଳଭଦ୍ରଙ୍କ ଜନ୍ମଦିନ ପାଳିତ ହୋଇଯାଇଛି ହୋଇଯାଇଛି |ପ୍ରଥମେ ବଳଭଦ୍ରଙ୍କୁ ପୂଜାପନାଁ, ପୁଷ୍ପ,ଧୂପ,ଦ୍ବୀପ,ଚନ୍ଦନ ଲଗାଯାଇ ଜନ୍ମଦିନ ପାଳିତ କରାଯାଇ ଥିଲା | ବିଦ୍ୟାଳୟ ପ୍ରଧାନ ସମ୍ପାଦକ ଶ୍ରୀଯୁକ୍ତ ଶଙ୍କର ସେଠୀଙ୍କ ହାତରେ ଗୁରମା ମିଶି ରାକ୍ଷୀ ବାନ୍ଧି ଭାଇ ଭଉଣୀର ସମ୍ପର୍କ କିପରି ନିବିଡ଼ ରହିବ ତାହା ଜନ-ମାନସକୁ ପ୍ରେରଣା ପ୍ରଦାନ କରିଥିଲେ |ବିଦ୍ୟାଳୟ ଅଭିଵାବକ ସରୋଜ ସ୍ୱରୂପ ନାୟକ ଉପସ୍ଥିତ ରହି ପିଲାମାନଙ୍କୁ ମିଷ୍ଠାନ ପ୍ରଦାନ କରି ସଭିଙ୍କୁ ସୁମଙ୍ଗଳ ପ୍ରଦାନ କରିଥିଲେ |ପରେ ପରେ କୁନି କୁନି ପିଲାମାନେ ବାଦ୍ୟ ଯନ୍ତ୍ର ମାଧ୍ୟମରେ ରାକ୍ଷୀ ବନ୍ଧନ ଓ ବଳଭଦ୍ରଙ୍କ ଜନ୍ମଦିନ ସ୍ୱାଗତ କରିଥିଲେ |ଶେଷ ପର୍ଯ୍ୟାୟରେ ପିଲାମାନଙ୍କ ମଧରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା |ବିଦ୍ୟାଳୟର ଗୁରୁମା ଗୁରୁଜୀ,ସମ୍ପାଦକ ଶ୍ରୀଯୁକ୍ତ ଶଙ୍କର ସେଠୀ, ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ନାୟକ, ଅନିତା ସେଠୀ, ମଧୁସ୍ମିତା ଜେନା, ସୁପ୍ରଭା ସାହୁ, ହରପ୍ରିୟା ଜେନା ପିଲାମାନଙ୍କୁ ରାକ୍ଷୀ ବାନ୍ଧି ସ୍ନେହବାର୍ତ୍ତା ପ୍ରଦାନ କରିଥିଲେ |କଳାକାର ବିଜୟ ମହାନ୍ତିଙ୍କ ରାକ୍ଷୀ ବନ୍ଧନ ସଂଗୀତ ଗାନ କରାଯାଇ କୁନିକୁନି ପିଲାମାନଙ୍କୁଉତ୍ସାହିତ କରାଯାଇଥିଲା |ସରସ୍ବତୀ ଶିକ୍ଷା ମନ୍ଦିରର ଆଦର୍ଶ ଶିକ୍ଷା ପ୍ରଦାନ ପାଇଁ ସାରା ଜିଲ୍ଲାରେ ସୁନାମ ଅର୍ଜନ କରିବା ସହିତ ଜନସାଧାରଣଙ୍କ ପ୍ରିୟ ଭାଜନହୋଇପାରିଛି |ଆଜିର ରାକ୍ଷୀ ବନ୍ଧନ ଓ ବଳଭଦ୍ରଙ୍କ ଜନ୍ମଦିନ ଜନସାଧାରଣଙ୍କୁ ବେଶ ଆକୃଷ୍ଠ କରିଥିଲା |ରକ୍ଷା ବନ୍ଧନ ଏକ ଡୋରିରେ ବନ୍ଧା |ସଭିଏଁ ମିଳି ମିଶି ଏକ ହୋଇ ଆମ ଜନ୍ମଭୁମିର ନାମ ରଖିବା ସହିତ ଗାଈ ମାନଙ୍କ ଜୀବନ ରକ୍ଷା କରିବା |ବିଦ୍ୟାଳୟର ଚିନ୍ମୟୀ ବେହେରା,ପ୍ରତିଭା ଜେନାଙ୍କ ମିଳିତ କ୍ରମେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା |

author

Related Articles

Leave a Reply

Your email address will not be published. Required fields are marked *