ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀର ଜୀବନ ନେଲା ଭାଇ

ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀର ଜୀବନ ନେଲା ଭାଇ

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ଉଉଣୀ ରାକ୍ଷୀ ବାନ୍ଧି ତା’ ମଙ୍ଗଳ ମନାସି ଥାଏ । ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବା ପାଇଁ ଶପଥ କରେ । କିନ୍ତୁ ରାକ୍ଷୀ ପୂର୍ଣ୍ଣିମାରେ ଜଣେ ସମ୍ପର୍କୀୟ ଭାଇ ଭଉଣୀର ଜୀବନ ନେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ବଡବଜାର ଥାନା ଅଞ୍ଚଳରେ । ସ୍ଥାନୀୟ ଜଗନ୍ନାଥ ବିହାର ସପ୍ତମ ଲାଇନରେ ଜଣେ ସମ୍ପର୍କୀୟ ଭାଇର ଛୁରାମାଡରେ ୧୩ ବର୍ଷୀୟା ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ନାବାଳକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ନିମଖଣ୍ଡି ଥାନା ଲୋଚାପଡା ଅଞ୍ଚଳର ପ୍ରଜକ୍ତା ପାଣିଗ୍ରାହୀ । ପ୍ରଜକ୍ତାଙ୍କ ଜଗନ୍ନାଥ ବିହାର ୭ମ ଲାଇନରେ ରହୁଥିବା ବଡ଼ ବାପା ଦୁର୍ଗା ପ୍ରସାଦ ପାଣିଗ୍ରାହୀଙ୍କ ଘରେ ଶ୍ରାଦ୍ଧ ସହ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ପରିବାର ଲୋକେ ତଳେ ଥିବା ବେଳେ ଉପର ମହଲାରେ ପିଲାମାନେ ଖେଳୁଥିଲେ। ହଠାତ୍ କୌଣସି କାରଣକୁ ନେଇ ଏମଫର୍ମା ପଢୁଥିବା ଆଶୁତୋଷ ପାଣିଗ୍ରାହୀ ଏକ ଛୁରା ସହାୟତାରେ ପ୍ରଯକ୍ତା ପାଣିଗ୍ରାହୀଙ୍କ ଉପରକୁ ଛୁରା ମାଡ଼ କରିଥିଲେ। ପରେ ଅନ୍ୟ ଜଣେ ନାବାଳକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉଭୟଙ୍କୁ ପ୍ରଥମ ସିଟିହସ୍ପିଟାଲ ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ପ୍ରଜକ୍ତା ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ନାବାଳକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଆକ୍ରମଣକାରୀ ଆଶୁତୋଷ ପାଣିଗ୍ରାହୀ ଘଟଣା ସ୍ଥଳରୁ ଚମ୍ପଟମାରି ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ପୋଚିଲିମା ନିକଟରେ ଏକ ବସ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ଏବେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଆଶୁତୋଷଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡିନଥିବା ପୁଲିସ କହିଛି ।

author

Related Articles

Leave a Reply

Your email address will not be published. Required fields are marked *