ସରକାରରୁ ଯିବା ପରେ ବଢୁଛି କି ନବୀନଙ୍କ କ୍ରେଜ ? କ୍ଷମତାରୁ ହଟିବା ପରେ ବେଶୀ ଲୋକପ୍ରିୟ ହେଉଛନ୍ତି କି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ହଁ ଦର୍ଶକ ବନ୍ଧୁ ଏକଥା ଆମେ କହୁନୁ ବରଂ ସାଧାରଣ ଜନତାଙ୍କ ଠାରୁ ଯେ ବାମପନ୍ଥୀ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି କଥାରେ ସହମତ। ରାଜ୍ୟରେ ବିଜେପି ସରକାରକୁ ଦୁଇ ମାସ ବିତିଯାଇଛି ହେଲେ ସମସ୍ୟାର ସମାଧାନ ହେବା ବଦଳରେ ବଢ଼ିବାରେ ଲାଗିଛି। କେତେବେଳେ ରାଜ୍ୟ ରେ ଆଳୁ ସଙ୍କଟକୁ ଦୂର କରିପାରିନାହାନ୍ତି ତ ମୋହନ ସରକାର ଆଉ କେତେବେଳେ ପିଆଜ ଦର ବୃଦ୍ଧି ପାଉଛି । ଆଳୁ ପରେ ଏବେ ରାଜ୍ୟ ବାସୀଙ୍କୁ ପିଆଜ ଦର କନ୍ଦାଉଛି। ହେଲେ ଚୁପ୍ ବସିଛନ୍ତି ମୋହନଙ୍କ ସରକାର । କିନ୍ତୁ ସମାଧାନ ପାଇଁ ଆଗେଇ ଆସୁଛନ୍ତି ନବୀନ। ଯାହା ୨୪ ବର୍ଷର ବିଜେଡି ସରକାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିବା ବେଳେ ମୋହନ ସରକାରଙ୍କୁ ସମାଲୋଚନା କରୁଛି। ଖାଲି ନବୀନଙ୍କ କ୍ରେଜ୍ ବଢୁଛି ତା ନୁହଁ ବରଂ କ୍ଷମତାରୁ ଯିବା ପରେ ବେଶ ଆକ୍ଟିଭ ନବୀନ ବାବୁ । ସରକାରରେ ଥିବା ସମୟରେ ଯେତିକି ସକ୍ରିୟ ନଥିଲେ ବିରୋଧୀ ଦଳ ନେତା ହେବା ପରେ ଦୁଇଗୁଣିତ ହୋଇଯାଇଛି ନବୀନଙ୍କ ସକ୍ରିୟ ତା ସାଙ୍ଗକୁ ତାଙ୍କ ଲୋକପ୍ରିୟତା। ଯାହା ମୋହନ ସରକାରଙ୍କ ଚିନ୍ତା ବଢାଇଲାଣି। ନବୀନଙ୍କ ଏହି ଲୋକପ୍ରିୟତା ରାଜ୍ୟ ରାଜନୀତିରେ କେଉଁ ମୋଡ଼ ଆଣୁଛି ତାହାର ଅପେକ୍ଷା।
You can share this post!
author